୧.୫ ଟନ ଟମାଟୋରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ତିଆରି କଲେ ସୁଦର୍ଶନ ପଟ୍ଟନାୟକ…

add-all

ଭୁବନେଶ୍ୱର: ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠାରୁ ସହର। ରାଜଧାନୀ ସମେତ କଟକ, ବାଲେଶ୍ବର, ଗଞ୍ଜାମ, ଗଜପତି, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବିଶେଷ ଚମକ ଦେଖିବାକୁ ମିଳିଛି।

ଏହିକ୍ରମରେ ବିଶେଷ ଭାବେ ଗୋପାଳପୁର ବେଳାଭୂମିରେ ଆଜି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା କଳାକୃତି ବେଶ୍ ଚର୍ଚ୍ଚା ସାଉଁଟିଛି। ଦୀର୍ଘ ୨୨ ବର୍ଷ ପରେ ପୃଥିବୀର ସବୁଠାରୁ ବଡ଼ ଅର୍ଥାତ୍ ୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ଉଚ୍ଚ ପ୍ରଶଂସା ପାଉଛି। ଏହାକୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ବାଲୁକା ଶିଳ୍ପୀଙ୍କୁ ତିଆରି କରିବାରେ ସହଯୋଗ କରିଛନ୍ତି।

ad-week
Leave A Reply

Your email address will not be published.