ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୪ଟି ସ୍ଥାନରେ ଚଢ଼ାଉ

add-all

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର, ଇରିଗେସନ କଲୋନୀରେ ଥିବା ଘର, ମାରୱାଡିପଡାରେ ଥିବା ଭଡ଼ା ଘର ଓ  ଭବାନୀପାଟଣାସ୍ଥିତ ଅଫିସରେ ଏକ ସଙ୍ଗେ ଚଢାଉ କରାଯାଇଛି। ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସହ ଭିଜିଲାନ୍ସର ଆଉ କିଛି ଅଧିକାରୀ ଏହି  ଚଢାଉରେ ସାମିଲ ହୋଇଛନ୍ତି।

ସମୀର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ସକାଳେ ସମୀରଙ୍କ ଘରେ ଚଢ଼ାଉ କରିଛନ୍ତି। ଭବାନୀପାଟଣା ମ୍ୟୁନିସିପାଲଟିରେ ସମୀର ୩୦ ବର୍ଷ ହେବ କାମ କରି ଆସୁଛନ୍ତି।

ad-week
Leave A Reply

Your email address will not be published.