ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ି ଗଲେ ଶିକ୍ଷକ

add-all

ନୟାଗଡ଼: ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ। ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ। ପିଲାଟିର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି ଗଲେ। ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ।

ମୃତ ଶିକ୍ଷକ ଜଣଙ୍କ ହେଲେ ସରୋଜ ଦାସ। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ସରୋଜ ଓ ଅନ୍ୟ ଶିକ୍ଷକମାନେ ପିକ୍‌ନିକ୍‌ କରିବା ପାଇଁ କଣ୍ଟିଲୋ ଆସିଥିଲେ। ସେଠାରେ କିଛି ପିଲା ମହାନଦୀର ଶ୍ମଶାନ ତୁଠରେ ଗାଧୋଉ ଥିଲେ। ଏହି ସମୟରେ ଜଣେ ଛାତ୍ର ଗଭୀର ଜଳକୁ ଚାଲି ଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ଶିକ୍ଷକ ସରୋଜ ଦାସ କାଳବିଳମ୍ବ ନ କରି ପାଣି ଭିତରକୁ ଚାଲି ଯାଇଥିଲେ। ତେବେ ସେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିବା ବେଳେ ସରୋଜଙ୍କୁ ଉଦ୍ଧାର କରାଯାଇପାରି ନଥିଲା। କିଛି ସମୟ ଖୋଜାଖୋଜି କରିବା ସରୋଜ ମିଳିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.