
ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ରୂପରେ ଘୁରି ବୁଲିବ ରାଜଧାନୀର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଏହି ସ୍କ୍ବାର୍ଡର ପୁଲିସ ସାଇରନ ରହିବ ଓ ଅଧିକାରୀଙ୍କ ସ୍ବତନ୍ତ୍ର ଡ୍ରେସ କୋଡ ରହିବ । ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା ଆଦିର ତଦାରଖ ପାଇଁ ସାରା ସହରରେ ଏହିପରି ୧୭ଟି ଗାଡ଼ି ବୁଲିବ । ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ଗଠନ ହୋଇଛି ।
ହକି ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ଏଥିପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍କୁ ସଶକ୍ତ କରାଯାଇଛି । ଡ୍ରେସକୋଡ୍ ସହ ପୋଲିସ ସାଇରନ ଗାଡିରେ ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ଗଠନ ହୋଇଥିବା ୧୭ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍କୁ ମନିଟରିଂ କରିବେ ଜଣେ ଓଏସ୍ ସ୍ତରର ଅଧିକାରୀ । ପ୍ରତି ସ୍କ୍ବାର୍ଡରେ ଜଣେ ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ୍, ସର୍ଭେ ଆସିଷ୍ଟାଣ୍ଟ/ଜଣେ ବିଏମସି ଷ୍ଟାଫ୍/ ଜଣେ ଓ୍ୱାର୍କ ସାଇଟ୍ ଆସିଷ୍ଟାଣ୍ଟ ଓ ୨ଜଣ ସିକ୍ୟୁରିଟି କର୍ମଚାରୀ ରହିବେ । ସେମାନେ ହକି ବିଶ୍ୱକପ୍ ପାଇଁ ବିଭିନ୍ନ ସମସ୍ଯାର ସମାଧାନ କରିବେ ସୌନ୍ଦର୍ଯ୍ଯକରଣ କାର୍ଯ୍ଯ ତଦାରଖ କରିବା ସହିତ ରାସ୍ତା ଉପରେ ଥିବା ଠେଲାଗାଡି ଏବଂ ଉଠାଦୋକାନୀଙ୍କୁ ହଟାଇବେ ସେଥିପାଇଁ ସେମାନଙ୍କୁ ନୂଆ ଡ୍ରେସ କୋଡ ଦିଆଯାଇଛି ।
କମିଶନରେଟ ପୋଲିସଠାରୁ ଅନୁମତି ପରେ ପ୍ରତି ଏନଫୋର୍ସମେଣ୍ଟ ଗାଡିରେ ପୋଲିସ ଲାଇଟ୍ ସହିତ ସାଇରନ ବ୍ଯବସ୍ଥା ହୋଇଛି । ଏହା ସହ ଗାଡିରେ ମଧ୍ୟ ଷ୍ଟିକରିଂ କରାଯାଇଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ପାଇଁ ପ୍ଯାଣ୍ଟ, ଟି-ସାର୍ଟ, ଜ୍ଯାକେଟ୍, ଜୋତା ଏବଂ ଲାଠି ଦିଆଯାଇଛି । ସେମାନେ ଏନଫୋର୍ସମେଣ୍ଟ ସମୟରେ ଏହି ଡ୍ରେସ୍ ପିନ୍ଧିବାକୁ କୁହାଯାଇଛି । ଡ୍ରେସ କୋଡ୍ ଫଳରେ ଲୋକମାନେ ଜାଣିପାରିବେ ପ୍ରକୃତ ଏମାନେ ହେଉଛନ୍ତି ଉଚ୍ଛେଦକାରୀ ଦଳ ।