କବାଟ ଭାଙ୍ଗି ନେଇଗଲେ ୮ଭରି ସୁନା ଓ ୧ଲକ୍ଷରୁ ଅଧିକ ଟଙ୍କା…

add-all

ଖୋର୍ଦ୍ଧା : ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପଶିଲେ ଚୋର। ଘରୁ ୮ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ  ୨୦ ହଜାର ଟଙ୍କା  ଲୁଟ୍ କରି ବାହାର ବାକ୍ସ ଫୋପାଡ଼ି ପଳାଇଲେ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ  ଧଳାପଥର ଫାଣ୍ଡି ଅନ୍ତର୍ଗତ ସାଲତରା ଗାଁରେ।

ସାଲତରା ଗାଁର ଦିଲ୍ଲୀପ କୁମାର ବେହେରାଙ୍କ  ଘରେ ଗତକାଲି  କେହି ନଥିଲେ। ଚୋରମାନେ ଏହାର ସୁଯୋଗ ନେଇ ରାତିରେ ଦିଲ୍ଲୀପଙ୍କ ଘରେ ପଶିଥିଲେ। ଘରୁ ୮ ଭରି ଓଜନର ସୁନା ଅଳଙ୍କାର ଓ ୧ ଲକ୍ଷ  ୨୦ ହଜାର ଟଙ୍କା ଲୁଟ୍‌ କରି  ଚମ୍ପଟ ମାରିଥିଲେ। ବାହାରେ  ବାକ୍ସ ଓ  ଘର ଅନ୍ୟାନ ଜିନିଷ ଫୋପାଡ଼ି ଦେଇ ପଳାଇଥିଲେ।  ଆଜି ସକାଳେ ଦିଲୀପଙ୍କ ପରିବାର ଲୋକେ ଘରକୁ ଫେରି ଜିନିଷପତ୍ର  ଘର ବାହାରେ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।  ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.