ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ, ୨ଗିରଫ

add-all

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ। ୨ଜଣ ଗିରଫ। ସୂଚନା ମୁତାବକ, ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଚଣ୍ଡିଖୋଲ ନିକଟରୁ ଏକ କାରରୁ ଏହି ଗଞ୍ଜେଇକୁ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୭କିଲୋରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି। ମାର୍ଶାଘାଇ ଅଞ୍ଚଳର ଗଞ୍ଜେଇ ବେପାରୀ ପ୍ରଭାତ କୁମାର ବେହେରା ଏକ କାରରେ ଫୁଲବାଣୀରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଚୋରା ବେପାରୀଙ୍କୁ ଗଞ୍ଜେଇ ଦେଇଥାଏ। ତେବେ ଛତିଆ ଠାରୁ ଏକ ବାଇକରେ ଏହି କାରର ପିଛା କରିବା ପରେ ଚଣ୍ଡିଖୋଲ ନିକଟରେ ପୋଲିସ କାରକୁ ଅଟକାଇବା ସହ ଗଞ୍ଜେଇ ବେପାରିକୁ ମାଡି ବସିଥିଲା।

ଗଞ୍ଜେଇ ପାଇଁ ସେଠାକୁ ଆସିଥିବା ସ୍ଥାନୀୟ କଣ୍ଟିଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ରାଉତକୁ ପୋଲିସ କାବୁ କରିଥିଲା। ତେବେ ଏହି ସମୟରେ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଜଣେ ମହିଳା ଖସିଯିବାକୁ ସକ୍ଷମ ହୋଇଥିଲା। ଆଜି ଧର୍ମଶାଳା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ବ୍ୟବହୃତ ଏକ କାର, ବାଇକ ସହ ମୋବାଇଲ ଓ କିଛି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.