ସିଏମ୍‌ସି କାଉନସିଲ ବୈଠକରେ ବ୍ୟାପକ ହଟ୍ଟଗୋଳ…

add-all

କଟକ: କଟକ ମହାନଗର ନିଗମ (ସିଏମସି)ରେ ଗୁରୁବାର ତୁମ୍ବୀ ତୋଫାନ ଦେଖିବାକୁ ମିଳିଛି। ଐତିହାସିକ ବାଲିଯାତ୍ରା ପାଇଁ ଭିତ୍ତିଭୂମି ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସି ଏମ୍ ସି ଅଷ୍ଟମ କାଉନସିଲ ବୈଠକରେ ବ୍ୟାପକ ହଟ୍ଟଗୋଳ ଦେଖାଯାଇଛି। ଜଣେ ଜଣେ କର୍ପୋରେଟର ଓ ଯନ୍ତ୍ରୀଙ୍କ ସମ୍ପର୍କୀୟମାନେ ବାଲିଯାତ୍ରା ଭିତ୍ତିଭୂମି ତିଆରି ପାଇଁ କୋଟି କୋଟି ଟଙ୍କାର କାମ ହାତେଇଥିବା ଅଭିଯୋଗ ହୋଇଥିଲା।

ଆଜି ହକି ବିଶ୍ବକପର ଉଦଘାଟନୀ ଉତ୍ସବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପାଇଁ ସି ଏମ୍ ସି କାଉନସିଲ ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ କର୍ପୋରେଟରମାନେ ହଙ୍ଗାମା ଆରମ୍ଭ କରିଥିଲେ। ହଟଗୋଲ ଏତେ ମାତ୍ରାରେ ବଢି ଯାଇଥିଲା ଯେ କାଚ ଗ୍ଲାସ ଓ ମାଇକ ମଧ୍ୟ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେହଙ୍ଗାମା ପରେ ସି ଏମ୍ ସି କମିଶନର ପୁରା ଟେଣ୍ଡର ଓ କାମ ପ୍ରକ୍ରିୟାର ଆଭ୍ୟନ୍ତରୀଣ ତଦନ୍ତ ହେବ ବୋଲି କାଉନସିଲରେ ଘୋଷଣା କରିଛନ୍ତି କମିସନର। ଆଭ୍ୟନ୍ତରୀଣ ତଦନ୍ତରେ ଅନିୟମିତତା ଜଣା ପଡିଲେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି କମିସନର।

ad-week
Leave A Reply

Your email address will not be published.