ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ମହାରାଜ କଂସଙ୍କ ନିର୍ଦ୍ଦେଶ…

add-all

ବରଗଡ଼: ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼। ସେପଟେ ଗୋପପୁରରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାରଣ ନନ୍ଦରାଜା ଓ ନନ୍ଦ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏଥିସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ।

ମହାରାଜ କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶିଳାରେ ପ୍ରହାର କରିବାକୁ ଯିବା ବେଳେ ଶୂନ୍ୟରେ ଆବିର୍ଭାବ ହୋଇ ବିଜୁଳିକନ୍ୟା ଦେଇଛନ୍ତି ଶୂନ୍ୟବାଣୀ। ଏହାପରେ କୃଷ୍ଣକୁ ମାରିବାକୁ ମହାରାଜ କଂସ ଗୋପପୁର ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀକୁ। ମଥୁରାରେ ମହାରାଜ କଂସ ଶ୍ୟାମେଶ୍ୱର ମନ୍ଦିରରେ ମହାଦେବଙ୍କୁ ଦର୍ଶନ ପରେ ନଗର ପରିକ୍ରମା କରିଥିଲେ। ଧନୁଯାତ୍ରାର ତୃତୀୟ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ପ୍ରଦର୍ଶନ କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ରାଜ ଦରବାରରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ବଲପୁର ରେଲେଓ୍ୱ ଡିଭିଜନର ମୁଖ୍ୟ ବିନିଥ ସିଂ।

ବରଗଡ଼ ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ମହାରାଜ କଂସ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଗୋପପୁରରେ ଗୋପୀ ଗୋପାଳଙ୍କ ସହ କୃଷ୍ଣ ବଳରାମଙ୍କ ଲୀଳାଖେଳା, କୃଷ୍ଣଙ୍କ ହାତରେ କଂସ ପ୍ରେରିତ ପୁତନା ରାକ୍ଷସୀ ସହ ଷଡ଼ମଲ୍ଲ ବଧ ଦୃଶ୍ୟ ଅଭିନୀତ ହେବ।  ଅନ୍ୟପଟେ ମଥୁରାରେ ମହାରାଜ କଂସଙ୍କ ନଗର ଭ୍ରମଣ, କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଶେକ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.