ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ…

add-all

ପୁରୀ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ କରାଯାଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା।

ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିତୀ ଶୃଙ୍ଖଳିତ, ଜନ ଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ହୋଇଛି ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ସୂଚନା ଥାଉକି, ବଡ଼ଦାଣ୍ଡରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଦିନକ ପରେ ନୂଆବର୍ଷ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି । ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି ।

ad-week
Leave A Reply

Your email address will not be published.