ମୋ ବସ୍‌ରେ ୬ ଯାତ୍ରୀଙ୍କ ପକେଟ ମାରୁ…

add-all

କଟକ: ସୁରକ୍ଷିତ ନୁହେଁ କି ସରକାରଙ୍କ ମୋ ବସ୍? କେତେବେଳେ ଅଧାରାସ୍ତାରେ ଧୋକା ଦେଉଛି ତ, ଆଉ କେତେବେଳେ ବସ୍ ଭିତରେ ହେଉଛି ପକେଟ୍ ମାରୁ। ଆଜି ପୁଣି ମୋ ବସ୍ ଭିତରେ ଭିଡର ଫାଇଦା ନେଇ ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୧୮ ନମ୍ବର ମୋ ବସ୍‌ରେ ହୋଇଛି ମୋବାଇଲ୍ ଚୋରି।

ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୬ଟି ମୋବାଲ୍ ଚୋରି କରି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ନୂଆ ବର୍ଷରେ ଚାରିଆଡ଼ୁ ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିଲେ। ଭୁବନେଶ୍ୱର ବରମୁଣ୍ଡାରୁ ଜଗତପୁର ଯାଉଥିବା୧୮ନମ୍ବର ମୋ ବସ୍‌ରେ କିଛି ପର୍ଯ୍ୟଟକ ନନ୍ଦନକାନନ ଷ୍ଟପେଜ୍‌ରୁ ଚଢ଼ିବା ବେଳେ ପ୍ରବଳ ଭିଡ ହୋଇଥିଲା। ଏହାର ସୁଯୋଗ ନେଇ କିଛି ମୋବାଇଲ୍ ଚୋର ବସଯାତ୍ରୀଙ୍କ ମୋବାଇଲ୍ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଲୁଟ୍‌ର ଶିକାର ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ବସ୍‌ ଭିତରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ସହ ପେକଟ ମାରୁ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି।

ad-week
Leave A Reply

Your email address will not be published.