ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣା: ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ…

add-all

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣାରେ ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ହେତୁ ତିନିଜଣଙ୍କୁ ସସପେଣ୍ଡ କରାଯାଇଛି। ନିଲମ୍ବିତ ଦୁଇ ହାବିଲଦାର ହେଲେ ରାଙ୍ଗl ରାଓ ମଣ୍ଡlଙ୍ଗୀ ଓ ଡମ୍ବୁରୁ ପିଡ଼ିସିକା ଏବଂ ଏଏସଆଇ ହେଲେ ମନୋଜ ମଲ୍ଲିକ।

ସୂଚନାଯୋଗ୍ୟ, ନିୟମଗିରି ପାହାଡ଼ ଲାମ୍ବା ଗାଁରେ ଗତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ରାଗ ରଖି ବଡଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ଜଗିରହି ସାନଭାଇ ମିନ୍ଦୁରୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯାକରି ଫିଙ୍ଗି ଦେଇଥିଲା। ହତ୍ୟା କରିବା ପରେ ପୁଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ପ୍ରକୃତ ତଦନ୍ତ ନକରି ଗାଁ ନିକଟକୁ ଯାଇ ଫେରି ଆସିଥିଲା। ପୁଣି ଗାଁ ଲୋକ ଆସି ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୁଣି ପୁଲିସ ଲାମ୍ବା ଗାଁକୁ ଯାଇ ମୃତଦେହକୁ ଜବତ କରିବା ପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଆଜି ଉକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଅଭିଯୁକ୍ତ ଶୌଚାଳୟକୁ ଯିବି କହି ଥାନାରୁ ଚମ୍ପଟ ମାରିଥିଲା। ତେବେ ଫେରାର ନେଇ ଥାନାର କିଛି ଅଧିକାରୀଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଅଧିକାରୀମାନେ ଅଭିଯୁକ୍ତକୁ ମେଡିକାଲ ନିଆ ଯାଇଛି ବୋଲି କହିଥିଲେ। ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ପରେ ଜଣାପଡିଥିଲା।

ad-week
Leave A Reply

Your email address will not be published.