ମୃତ୍ୟୁ ପରେ ମାନବ ଶବକୁ ‘କମ୍ପୋଷ୍ଟ୍‌’ କରିବାକୁ ନ୍ୟୁୟର୍କରେ ମିଳିଲା ଅନୁମତି…

add-all

ନୂଆଦିଲ୍ଲୀ: ମାନବ ଶବ ‘କମ୍ପୋଷ୍ଟ୍‌’କୁ (ଶଢ଼ା ଖତ) ଆଇନସମ୍ମତ କରାଇବାରେ ନ୍ୟୁୟର୍କ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ରାଜ୍ୟ ବୋଲି ‘ବିବିସି’ ରିପୋର୍ଟ କରିଛି।

‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇ ପାରିବ। କବର ଦେବା କିଂବା ‌ପୋଡ଼ିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବିକଳ୍ପ ବୋଲି ଏହି ଆଇନରେ ବିବେଚନା କରାଯାଇଛି।

ଏହି ବ୍ୟବସ୍ଥା ଅନୁସାରେ, ମାନବ ଶବକୁ ଗୋଟାଏ ଆଧାର ମଧ୍ୟରେ କିଛି ସପ୍ତାହ ରଖି ଶଢ଼ାଇ ଦିଆଯାଏ। ଏହି ପ୍ରକ୍ରିୟା ‘ପ୍ରାକୃତିକ ଜୈବ ବିଘଟନ’ ନାମରେ ମଧ୍ୟ ଜଣାଶୁଣା। ୨୦୧୯ରୁ ଆରମ୍ଭ ହୋଇଥିବା ମାନବ ଶବ ଖତ ପ୍ରକ୍ରିୟାକୁ ଆଇନସମ୍ମତ କରିବାରେ ନ୍ୟୁୟର୍କ ହେଉଛି ୬ଷ୍ଠ ଆମେରିକୀୟ ରାଜ୍ୟ।

କିନ୍ତୁ, ଏଥିପାଇଁ ଉକ୍ତ ଦେହାବଶେଷକୁ ସାର୍ଟିଫିକେଟ୍‌ପ୍ରାପ୍ତ ‘ସିମେଟେରି କର୍ପୋରେସନ୍‌’କୁ ଦିଆଯିବା ଆବଶ୍ୟକ। ଖତ ପ୍ରକ୍ରିୟାକରଣ ନିମନ୍ତେ ସବୁ ପ୍ରକାର ସୁବିଧା ଉକ୍ତ ପ୍ରତିଷ୍ଠାନରେ କାଠ ଚୋପି, ଆଲ୍‌ଫାଆଲ୍‌ଫା ଏବଂ ଘାସକୁଟା ସହିତ ଗୋଟାଏ ମୁଦଦିଆ (ସିଲ୍‌ କରାଯାଇଥିବା) ପାତ୍ରରେ ବା ଆଧାରରେ ରଖାଯାଏ। କିଛି ଦିନ ଧରି ଏହାକୁ ବ୍ୟାକ୍ଟେରିଆ (ଅଣୁଜୀବ) ସହାୟତାରେ ଶଢ଼ାଇ ଦିଆଯାଏ।

ପ୍ରାୟ ମାସେ ପରେ ଉକ୍ତ ଶବ-ମାଟିରୁ ଉତପ୍ତ କରି ସଂକ୍ରମଣକାରୀ ଅଣୁଜୀବଙ୍କୁ ମାରି ଦିଆଯାଏ। ତା’ପରେ ଉକ୍ତ ମାଟିକୁ ତାଙ୍କ (ମୃତବ୍ୟକ୍ତିଙ୍କ) ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଏ। ଏହି ଶବ-ମାଟି ବା ଖତକୁ ବୃକ୍ଷ, ପନିପରିବା ଓ ଫୁଲଗଛ ରୋପଣ ଆଦିରେ ବ୍ୟବହାର କରାଯାଏ।

‘ବିବିସି’ ଆହୁରି ମଧ୍ୟ ଲେଖିଛି ଯେ, ମାନବ ଶବ ଖତ କେବଳ ପରିବେଶ ଅନୁକୂଳ ନୁହେଁ, ଶ୍ମଶାନ ପାଇଁ ସ୍ବଳ୍ପ ସ୍ଥାନ ଥିବା ସହରମାନଙ୍କ ପାଇଁ ବି ଉତ୍ତମ। କିନ୍ତୁ, ମାନବାବଶେଷକୁ ‘ଘରର ଆବର୍ଜନା’ ଭାବେ ବିବେଚନା କରା ନ ଯିବା ଉଚିତ କହି ନ୍ୟୁୟର୍କର କ୍ୟାଥୋଲିକ୍‌ ବିଶପ୍‌ ଏହି ବ୍ୟବସ୍ଥାର ବିରୋଧ କରିଛନ୍ତି।

ad-week
Leave A Reply

Your email address will not be published.