ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ଚିପ଼୍ ଇଞ୍ଜିନିୟରଙ୍କର ମୃତ୍ୟୁ…

add-all

ପାରାଦୀପ: ଓଡ଼ିଶାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁଜନିତ ସସ୍‌ପେନ୍ସ ଉପରୁ ପରଦା ହଟି ନ ଥିବା ବେଳେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ପୁଣି ଜଣେ ରୁଷୀୟ ନାଗରିକ ଓଡ଼ିଶାରେ ଆଖି ବୁଜିଛନ୍ତି। ତାଙ୍କ ନାଁ ମିଲ୍ ୟାକୁବ୍ ସର୍ଜଇ ।

ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଏହି ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତ ରୁଷୀୟ ନାଗରିକ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ ବୋଲି ଜଣାଯାଇଛି।  ୟାକୁବଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହୃଦଘାତ ହେତୁ ତାଙ୍କ ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ହେଲେ ଏନେଇ ପୋର୍ଟ କର୍ତ୍ତୃପକ୍ଷ ପାଟି ଫିଟାଉ ନାହାନ୍ତି।

ଆଜି ଭୋରରୁ ଏହି ଘଟଣା ଘଟିଥିବା ବେଳେ ମୃତଦେହଟି ଜାହାଜରେ ଥିବା ଜଣାଯାଇଛି। ପୁଲିସ୍‌ ଉପସ୍ଥିତିରେ ମୃତଦେହକୁ ଜାହଜରୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ଅଣାଯିବ । ଏହାପରେ ସେଠାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ତେବେ ଏନେଇ ନୂଆଦିଲ୍ଲୀସ୍ଥିତ ରୁଷ ଦୂତାବାସକୁ ଅବଗତ କରାଯାଇଛି ନା ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନି।

ଓଡ଼ିଶାରେ କିଛି ଦିନ ପୂର୍ବେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ହଟଚମଟ ସୃଷ୍ଟି  ହୋଇଥିବା ବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରିସ୍ଥିତିଗୁ ଅଧିକ ସରଗରମ କରୁଛି।

ad-week
Leave A Reply

Your email address will not be published.