ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ

add-all

ଭୁବନେଶ୍ବର : ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରରେ ୬୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରଯୋଜନାରେ ଶୂନ୍ୟସ୍ୱରୂପ, ଆଶା ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରିଥିଲେ। ଶୂନ୍ୟସ୍ୱରୂପ ପିଲ୍ମକୁ ଜାତୀୟ ପୁରସ୍କାର ମିଳିଥିଲା। ଭୁଲ ବୁଝିବନି ମତେ ଫିଲ୍ମରେ ବି ସେ ପ୍ରଯୋଜନା କରିଥିଲେ।

ବାଲିଘର ଓ ମରୀଚିକା ସିରିଏଲ୍ ରେ ମଧ୍ୟ ପ୍ରଯୋଜନା ଦେଇ ଥିଲେ। ବର୍ଷୀୟାନ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସମେତ ବହୁ ରାଜନେତା ଓ ବିଭିନ୍ନ ବର୍ଗର ଲୋକ ତାଙ୍କର ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.