ଡାକ୍ତରାଣୀ ଶୁଭଶ୍ରୀ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ଶୁଭଶ୍ରୀଙ୍କ ମୃତ୍ୟୁ!

add-all

କେନ୍ଦୁଝର: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷଜନିତ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି । ସିଡିଏମଓଙ୍କୁ ଡାକ୍ତର ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କ ସୂଚନା । ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍‌ଓ। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍‌ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି। ସେହିପରି ଶୁଭଶ୍ରୀଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ ଚାଲିଛି ।

ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।

ଅନ୍ୟପଟେ ଶୁଭଶ୍ରୀ ଡିସେମ୍ବର ମାସରେ ଯୋଡ଼ା ଥାନାରେ ଦେଇଥିବା ଏତଲା ତାଙ୍କ ମୃତ୍ୟୁ ପଛର କାରଣ ନୁହେଁ ତ ? ଜଣେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଅଭିଯୋଗ କରିଥିଲେ । ଏଫଆଇଆର୍‌ରେ ଶୁଭଶ୍ରୀ ଦର୍ଶାଇଥିଲେ, ଡାକ୍ତର ଦିବ୍ୟ ରଞ୍ଜନ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ବିବାହ ପାଇଁ ମନା କରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ । ତାଙ୍କର ସନ୍ଦେହଜନକ ମୃତ୍ୟୁ ଓ ଏଫଆଇଆର୍‌ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.