ଚେତାଶୂନ୍ୟ ଅବସ୍ଥାରେ ମିଳିଲେ ହାତଗୋଡ ବନ୍ଧା ଥିବା ନାବାଳିକା କଲେଜ ଛାତ୍ରୀ

add-all

ସାଲେପୁର: ଆବର୍ଜନା ଗୃହ ଭିତରେ ହାତଗୋଡ ବନ୍ଧା ଅବସ୍ଥାରେ ପଡ଼ିଥିଲେ କଲେଜ ଛାତ୍ରୀ। ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଗୋଟିଏ ଆବର୍ଜନା ଗୃହ। ସେହି ଗୃହ ଭିତରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀ ସଜ୍ଞା ହରାଇ ପଡ଼ିଥିଲେ। ତାଙ୍କ ହାତ, ଗୋଡ଼ ଓ ପାଟିକୁ ଛାତ୍ରୀଙ୍କ ଓଢ଼ଣୀରେ ବନ୍ଧା ଯାଇଥିଲା। ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ପିନ୍ଧି ଥିଲେ। ତାଙ୍କ ପାଖରୁ ଗୋଟିଏ ମୋବାଇଲ୍‌ ଓ କଲେଜ ବ୍ୟାଗ ପଡ଼ିଥିଲା। ଜଣେ ଚାଷୀ ଏନେଇ ସାଲେପୁର ସ୍ୱୟଂଶାସିକ କଲେଜ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସାଲେପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଛାତ୍ରୀଙ୍କୁ କିଏ ଓ କଣ ପାଇଁ ଏପରି କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ପୁଲିସ୍‌ ନିଜ ଆଡୁ ତଦନ୍ତ ଚଳାଇଛି। ପୁଲିସ୍‌ ଆବର୍ଜନା ଗୃହରୁ ଛାତ୍ରୀଙ୍କ କଲେଜ ବ୍ୟାଗ୍‌ ଓ ମୋବାଇଲ୍‌ ଜବତ କରି ଆବର୍ଜନା ଗୃହରେ ଛାନ୍‌ଭିନ୍‌ ଚଳାଇଛି।

ad-week
Leave A Reply

Your email address will not be published.