ପାରାଦୀପରେ ଜାହାଜରୁ ରୁଷ୍‌ ଇଞ୍ଜିନିୟରଙ୍କ ମୃତଦେହ ଠାବ ଘଟଣା: ଆଜି ହେବ ପୋଷ୍ଟମର୍ଟମ…

add-all

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଜାହାଜରୁ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତଦେହର ଆଜି ପୋଷ୍ଟମର୍ଟମ ହେବ । ଜାହାଜ ଆସି ବର୍ଥରେ ଲାଗିଛି । ସେଠାରୁ ମୃତଦେହକୁ ଉଦ୍ଧାର କରାଯାଇଛି । ସର୍ଗେଇ ମିଲ୍ୟାକୋଭ ଜାହାଜର ଚିଫ୍‌ ଇଞ୍ଜିନିୟର ଥିଲେ । ପୋଲିସକୁ ଏ ପର୍ଯ୍ୟନ୍ତ ସର୍ଗେଇଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡି ନାହିଁ।

ପ୍ରାଥମିକ ଅନୁସନ୍ଧାନର ଜଣାପଡିଛି, ସେ ତାଙ୍କ ଚାମ୍ବରରେ ଅଚାନକ ସଜ୍ଞାହିନ ହୋଇ ପଡିଯାଇଥିଲେ। ତେଣୁ ମୃତ୍ୟୁ କାରଣ ହୃଦ୍‌ଘାତ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟର କାରଣ । ଏବେ ବର୍ଷ ଆରମ୍ଭରୁ ତୃତୀୟ ମୃତ୍ୟୁ, ଷଡ଼ଯନ୍ତ୍ରର ସନ୍ଦେହ ବଢାଇ ଦେଇଛି। ପୋଲିସ ଡିଜି କହିଛନ୍ତି, ସବୁ ସୂଚନାର ଅନୁଧ୍ୟାନ କରାଯାଉଛି। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯିବ।

ad-week
Leave A Reply

Your email address will not be published.