ଅର୍ଚ୍ଚନାଙ୍କୁ ଜେରା କରିବ ଇଡି : ଆସନ୍ତାକାଲି ଖଗେଶ୍ୱକୁ ହେବ ପଚରାଉଚରା, ଅନୁମତି ଦେଲେ ଜିଲ୍ଲା ଦୌରା ଜଜ କୋର୍ଟ…

add-all

ଭୁବନେଶ୍ୱର: ଜେଲରେ ଜେରା ହେବେ ଅର୍ଚ୍ଚନା ନାଗ । ଭୁବନେଶ୍ୱରରେ ଝାରପଡ଼ା ଜେଲରେ ପଶିବ ଇଡି । ଜେଲର ସ୍ୱତନ୍ତ୍ର କୋଠରୀରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଅର୍ଚ୍ଚନାଙ୍କ ଜେରା ହେବ । ସେହିପରି ଆସନ୍ତାକାଲି ଖଗେଶ୍ୱର ଜେରାର ସମ୍ମୁଖୀନ ହେବେ । ଉଭୟଙ୍କୁ ଜେଲରେ ଜେରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଜିଲ୍ଲା ଦୌରା ଜଜ କୋର୍ଟ । ପୂର୍ବରୁ ଦୁଇ ଦୁଇ ଥର ED ରିମାଣ୍ଡରେ ଆସିଥିଲେ ମଧ୍ୟ ଅର୍ଚ୍ଚନା ଓ ଖଗେଶ୍ୱର ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ନଥିଲେ ।

ଏବେ ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ସତ୍ୟବିହାରରେ ଥିବା ତାଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।ଅର୍ଚ୍ଚନା କଳାଧନ ସାମ୍ରାଜ୍ୟର ମାଲିକ କିପରି ହେଲେ ତାର ଖୋଳତାଡ କରୁଛି ତଦନ୍ତକାରୀ ସଂସ୍ଥା ।

ad-week
Leave A Reply

Your email address will not be published.