ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ…

add-all

କରଞ୍ଜିଆ : ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗଡ଼ିଆ ଗାଁରେ ।

ଗତ ୨ ତାରିଖ ସନ୍ଧ୍ୟା ସମୟରେ ଘରେଇ କଳିକୁ କେନ୍ଦ୍ରକରି ବଡ଼ପୁଅ ଈଶ୍ୱର ଗୁଇଆ (୨୩) ତା ବାପା ନନ୍ଦ କିଶୋର ଗୁଇଆକୁ (୫୫) ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ହାଣି ବିଭତ୍ସ ହତ୍ୟା କରିଛି । ହତ୍ୟା କରିବା ପରେ ନିଜ ଘରେ ଲୁଚେଇ ରଖିଥିଲା ପୁଅ । ପୁତ୍ର ମଂଗଲ ସିଂ ଗୁଇଆ ଥାନାରେ ଅଭିଯୋଗ କରିବା ପରେ ଯଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଥାନାରେ ଅଟକ ରଖି ଏକ ହତ୍ୟା ମାମଲା ରୁଜ୍ଜୁ କରି ଆଜି ସକାଳୁ ସାଇଣ୍ଟିଫିକ ଟିମ ସହ ଅଧିକ ତଦନ୍ତ ଜାରି ରଖିଛି । ମୃତ ବାପାର ୭ ପୁଅ ଗୋଟିଏ ଝିଅ । ବଡ଼ ପୁଅ ବାପାକୁ ବିଭତ୍ସ ହତ୍ୟା କରିଛି ।

ad-week
Leave A Reply

Your email address will not be published.