ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

add-all

ଭୁବନେଶ୍ବର: ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର ବିଷୟ ପାଲଟିଛି। ଆମ ଦେଶରେ ପୁଣି ଥରେ କାଳେ କରୋନା ତା’ର କାୟାବିସ୍ତାର କରିବ ସେ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ଏଠି ବି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏଠି ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ। ବରଂ ତା ସହ ଯୁଦ୍ଧ  କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଯାହା ପରାମର୍ଶ ଦିଆଯାଇଛି ତାକୁ ମାନିକି ଚଳିବାକୁ ହେବ । ସରକାରଙ୍କ ପକ୍ଷରୁ ସର୍ଭିଲାନ୍ସ ଜାରି ରହିଛି। ହସ୍ପିଟାଲରେ ବେଡକୁ ପ୍ରସ୍ତୁତ କରି ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟାକୁ ବଢ଼ାଯିବ। ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି। ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି।’

ad-week
Leave A Reply

Your email address will not be published.