ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର…

add-all

ଯାଜପୁର: ଯାଜପୁର ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏହି ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବଡ଼ଚଣା ଥାନା ସମ୍ମୁଖରେ ପୋଲିସ ମୁତୟନ ହୋଇଛନ୍ତି ।

ସୂଚନା ମୁତାବକ, ବଡ଼ଚଣା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ପୋଲିସ ମାହାଙ୍ଗା ଥାନା ସିନ୍ଧୁପୁର ଅଞ୍ଚଳର ଇଶ୍ଵର ସେଠୀ (୨୪) ନାମକ ଜଣେ ଯୁବକଙ୍କୁ ଧରି ଆଣି ଧାନମଣ୍ଡଳ ଫାଣ୍ଡି ହାଜତରେ ରଖିଥିଲା। ତେବେ ଗତକାଲି ସନ୍ଧ୍ୟାରେ ଫାଣ୍ଡିରେ କର୍ମଚାରୀ ନଥିବା ସୁଯୋଗ ପାଇ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ଚଣା ମେଡିକାଲରେ ଭର୍ତି କରାଯାଇଥିଲା।

ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପାଇବା ପରେ ପୋଲିସ ତାକୁ ଥାନାକୁ ଡାକି ପିଟି ପିଟି ମରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପରିବାର ପକ୍ଷରୁ ବଡ଼ଚଣା ଥାନାରେ ଏଯାବତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିୟମ ଅନୁଯାୟୀ ଜଣେ ସିନିୟର ଡିଏସପି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅଭିଯୁକ୍ତ ଜଣକ ହାଜତ ଭିତରେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲା ଏବଂ କିପରି ତାର ମୃତ୍ୟୁ ଘଟିଲା ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ।

ad-week
Leave A Reply

Your email address will not be published.