ରେଲୱେରେ ଚାକିରି ନାଁରେ ସାଢେ ୭ ଲକ୍ଷ ଲୁଟିନେଲେ ଯୁବତୀ…

add-all

ବ୍ରହ୍ମପୁର: ରେଳବାଇରେ ଗ୍ରୁପ-ସି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କଠାରୁ ସାଢେ ୭ ଲକ୍ଷ ଟଙ୍କା ଠକି   ନେଇଥିବା ଜଣେ ଯୁବତୀଙ୍କୁ ବାନ୍ଧିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ।  ସାଢେ ୭ ଲକ୍ଷ ନେବା ପରେ ଯୁବତୀଜଣକ ଯୁବକଙ୍କ ହାତରେ ଜାଲ ଅଫର ଲେଟର ଧରାଇ ଆଉ ସାଢେ ୩ ଲକ୍ଷ ଟଙ୍କା ଦେବାକୁ ଧମକ ଦେଲେ। ହେଲେ ଠକାମୀର ଶିକାର ହୋଇଥିବା ଜାଣି ଯୁବକ ସୋରଡ଼ା ବ୍ଲକ ଅସୁର ବନ୍ଧ ଅଞ୍ଚଳର ହିତେଶ ପାତ୍ର ଥାନାର ଦ୍ୱାରସ୍ଥ ହେବା ପରେ ସବୁ ଘଟଣା ଉପରୁ ପରଦା ହଟିଛି।

ଗିରଫ ଯୁବତୀଜଣକ ହେଲେ ଜଗତସିଂହପୁର ଅଞ୍ଚଳର ଜେଏମଏସ ପ୍ରଭା । ସେ କିଛି ଦିନ ହେବ ବ୍ରହ୍ମପୁର ଶରଧାବାଲି ଇଲାକାରେ ରହୁଥିବା ବେଳେ ଏହିଭଳି ଯୁବବର୍ଗଙ୍କୁ ଟାର୍ଗେଟ କରି ସେ ଲକ୍ଷାଧିକ ଟଙ୍କା ଲୁଟି ସାରିଲେଣି।

ଅଭିଯୋଗ ଅନୁସାରେ,  ହିତେଶ ପାତ୍ର ରେଳବାଇରେ ଗ୍ରୁପ-ସି ଚାକିରି ପାଇବା ନିମନ୍ତେ ଆଶାୟୀ ଥିବା ଜେଏମଏସ ପ୍ରଭା ସୂଚନା ପାଇଥିଲେ। ଏହାପରେ ସେ କିଛି ଦିନ ତଳେ ଗାନ୍ଧୀନଗର ସ୍ଥିତ ସାଇ କମ୍ପ୍ଲେକ୍ସ ଅଂଚଳରେ ହିତେଶଙ୍କୁ ଭେଟିଥିଲେ  । ୧୧ ଲକ୍ଷ ଟଙ୍କା ଦେଲେ ରେଳବାଇରେ ଗ୍ରୁପ ସି ଗ୍ରେଡରେ ଚାକିରି କରାଇଦେବି ବୋଲି ବି ପ୍ରତିଶ୍ରୁତି ଦେଇଥିଲେ।

ଚାକିରି ପାଇବା ଆଶାରେ ହିତେଶ  ବିଭିନ୍ନ କିସ୍ତିରେ ମୋଟ ସାଢେ ୭ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଠକ୍ ମହିଳା ପ୍ରଭା, ହିତେଶଙ୍କ ହାତରେ ନକଲି ରେଳବାଇ ଆଇଡି, ନିଯୁକ୍ତି ପତ୍ର ଧରାଇ ଦେଇ ବଳକା ସାଢେ ୩ ଲକ୍ଷ ଟଙ୍କା ମାଗିଥିଲେ। ଏହା ଜାଲ ନିଯୁକ୍ତିପତ୍ର ବୋଲି ହିତେଶଙ୍କ ସନ୍ଦେହ ହେବାରୁ ସେ ଥାନାର ଦ୍ୱାରସ୍ତ ହୋଇଥିଲେ।

ପୁଲିସ୍‌ ତଦନ୍ତ ଆରମ୍ଭ କରି ଗତକାଲି ପ୍ରଭାଙ୍କୁ ଗିରଫ କରିଛି। ତାଙ୍କ ଘର ଯାଞ୍ଚ ବେଳେ ପୁଲିସ୍‌ ଏକ ଡାଇରୀ ଜବତ କରିଛି। ଯେଉଁଥିରେ ସେ ବିଭିନ୍ନ ଯୁବକଙ୍କଠାରୁ ଚାକିରି ଆଶାରେ ଟଙ୍କା ନେଇଥିବା ତଥ୍ୟ ରହିଛି । ଏଥି ସହ ଏକ ବାଇକ୍,  କିଛି ନକଲି ରେଳବାଇ କାଗଜପତ୍ର ମଧ୍ୟ ଜବତ ହୋଇଛି।

ad-week
Leave A Reply

Your email address will not be published.