ରାୟପୁରରେ ଧରାପଡ଼ିଲା ଇରାନୀ ଗ୍ୟାଙ୍ଗ…

add-all

ଭୁବନେଶ୍ୱର: କେତେବେଳ ନିଜକୁ ପୁଲିସ୍‌ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ। ପୁଣି କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ। ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍‌ କରି କମିଶନରେଟ ପୁଲିସ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଗ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌। ଏହି ଗ୍ୟାଙ୍ଗର ନାଁ ହେଉଛି ଇରାନୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରେ କମିଶନରେଟ ପୁଲିସ୍‌ ଧରିଥିବା ବେଳେ ସେମାନଙ୍କୁ ଭୁବନେଶ୍ୱରକୁ ଅଣାଯାଉଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ଇରାନର ମୂଳ ବାସିନ୍ଦା। ହେଲେ କାଳକ୍ରମେ ରାୟପୁରରେ ବହୁ ସଂଖ୍ୟାରେ ଦୀର୍ଘ ଦିନ ହେଲା ରହି ଆସୁଛନ୍ତି।  ସେମାନଙ୍କ ମଦ୍ୟରୁ କିଛି ଜଣ ଭୁବନେଶ୍ୱର ଆସି  ନୂଆ ନୂଆ ତରିକାରେ ଲୁଟପାଟ କରି  ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ଦୀର୍ଘ ଦିନର କସରତ ପରେ ପୁଲିସ୍‌ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ଇରାନୀ ଗ୍ୟାଙ୍ଗ ନାଁରେ ଭୁବନେଶ୍ୱରରେ ୨୦ରୁ ଅଧିକ ମାମଲା ରହିଛି । ସେମାନଙ୍କଠାରୁ ୫ଟି ବାଇକ, ୧୭ଟି ସୁନା ଚେନ୍ ଜବତ ହୋଇଛି।  ଭୁବନେଶ୍ୱର ସମେତ ଆନ୍ଧ୍ର, ରାୟପୁରରେ ଏମାନଙ୍କ ଗ୍ୟାଙ୍ଗ ଅପରେଟ୍ ହେଉଥିଲା । ଏହି ଗ୍ୟାଙ୍ଗ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ଲୁଟ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ ହୋଇପାରିବ ।

ad-week
Leave A Reply

Your email address will not be published.