୩୦ ଫୁଟ୍ ତଳକୁ ଖସିଲା ବୋଲେରୋ…

add-all

କରଞ୍ଜିଆ: ବଣଭୋଜି କରି ହସଖୁସିରେ ବୋଲେରୋରେ ଘରକୁ ଫେରୁଥିଲେ ମେଡିକାଲ କର୍ମଚାରୀ। ହେଲେ ସେମାନଙ୍କ ଖୁସି ବେଶି ସମୟ ରହି ନଥିଲା। ବୋଲେରୋଟି ସାଳନ୍ଦି ନଦୀ ପୋଲ ଅତିକ୍ରମ କରୁଥିବା ବେଳେ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣ ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଫାର୍ମାସିଷ୍ଟ ଭରତ ମହାନ୍ତ, ଫାର୍ମାସିଷ୍ଟ କାଳୀ ଚରଣ ରାଉତ, କୋଭିଡ ଷ୍ଟାପ କୁନା ମହାନ୍ତ ଓ ଆଟେଣ୍ଡାଣ୍ଟ ଚନ୍ଦନ ମହାନ୍ତ ।

ଗତକାଲି ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର କିଛି କର୍ମଚାରୀ ମୟୂରଭଞ୍ଜ ଜିଲ୍ଲାର ଭୈରବକୁଣ୍ଡ ନିକଟକୁ ବଣଭୋଜି କରିବା ପାଇଁ ଦୁଇଟି ବୋଲେରୋରେ ଯାଇଥିଲେ। ଭୋଜି କରି ବିଳମ୍ବିତ ରାତିରେ ଫେରିଲା ବେଳେ ଏକ ଗାଡ଼ି ବାଗଦଫା ନିକଟରେ ଥିବା ସାଳନ୍ଦି ନଦୀର ପୋଲ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଭର୍ତ୍ତି କରିଥିଲେ। ୨ ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବୋଲେରୋରେ  ଡ୍ରାଇଭର ସହ ୪ ଜଣ ମେଡିକାଲ କର୍ମଚାରୀ ଥିଲେ। ଦୁର୍ଘଟଣାପରେ  ଡ୍ରାଇଭର ଫେରାର ଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.