ମଦ୍ୟପ ଡ୍ରାଇଭର ଆମ୍ବୁଲାନ୍ସ ଚଳାଇବା ବେଳେ କାବୁ କଲେ ଗାଁ ଲୋକ…

add-all

ବେଗୁନିଆ: ସାହି ଭିତରେ ମଦ୍ୟପ ଉନ୍ମତ୍ତ କାଣ୍ଡ। ମଦ ପିଇ ଏକ ଆମ୍ବୁଲାନ୍ସ ଡ୍ରାଇଭର ସାହି ଭିତରେ ଏଣେ ତେଣେ ଧକ୍କା ଦେବା ସହିତ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି ହେଲେ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଧନ ଜୀବ । ଘଟଣାଟି ଘଟିଛି ଗତରାତିର ବେଗୁନିଆ ଗଁପୁର ଗାଁରେ। ବେଗୁନିଆ ଗଁପୁର ଗାଁର ତପନ କୁମାର ଶତପଥି ପ୍ରଚୁର ମଦ ପିଇ ଆମ୍ବୁଲାନ୍ସ ଚଳାଇ ଗାଁକୁ ଆସିଥିଲା । ଗାଁରେ ଆମ୍ବୁଲାନ୍ସଟିକୁ ଏଣେତେଣେ ଦ୍ରୁତ ଗତିରେ ଚଳାଉ ଥିବା ବେଳେ ଲୋକମାନେ ଭୟୀଭୀତ ହୋଇ ଘର ଭିତରେ ରହିଥିଲେ।

ତେବେ ଏପରି ତାଣ୍ଡବ କିଛି ସମୟ କରିଥିବା ବେଳେ ସାହିର ଗୋଟିଏ ଯାଗାରେ ଏକ ଟ୍ରାକ୍ଟର ରହିଥିବା ବେଳେ ସେହି ଟ୍ରାକ୍ଟର ପଛପଟୁ ଧକ୍କା ଦେଇଥିଲା । ପରେ ଗ୍ରାମବାସୀ ତାକୁ କାବୁ କରି ବାଘମାରୀ ପୋଲିସକୁ ଖବର ଦେଇ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ଜିମା ଦେଇଛନ୍ତି। ତେବେ ଆମ୍ବୁଲାନ୍ସ ପରି ଏକ ଗୁରୁତ୍ୱପୂର୍ଣ୍ଣ ସେବା ଯାନରେ ଏପରି ଏକ ମଦ୍ୟପ ଡ୍ରାଇଭର ଗାଡି ମାଲିକ କିପରି ଛାଡି ଦେଇଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଥିବା ବେଳେ ଗାଡି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ad-week
Leave A Reply

Your email address will not be published.