ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ କହିବାରୁ ବରିଷ୍ଠ ଅଧିକାରୀଙ୍କ ମାଡ଼, କର୍ମଚାରୀ ଗୁରୁତର…

add-all

ଟିଟିଲାଗଡ ; ଉପରିସ୍ଥ ଅଧିକାରୀଙ୍କ ମାଡ଼ରେ କର୍ମଚାରୀ ଆହତ। ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ । ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ରହିଥିବା ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରା ନିଜ ଅଧସ୍ତନ କର୍ମଚାରୀ ପଦ୍ମନ ଥପାକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।

ଗତ ସପ୍ତାହରେ ପଦ୍ମନ ଥପାକୁ ଏ ସିଫ୍ଟ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଧିକାରୀ। ପୁଣି ଚଳିତ ସପ୍ତାହ ମଧ୍ୟ ଏ ସିଫ୍ଟ କାମ କରିବାକୁ ନିର୍ଦ୍ଦେଶ ଦେବା ପରେ ରୋଟେସନ ଅନୁଯାୟୀ ତାଙ୍କୁ ବି ସିଫ୍ଟ କାମ କରିବାକୁ ଅନୁରୋଧ କରିଥିଲେ। ହେଲେ ସମୟ ପରିବର୍ତ୍ତନ କରିବା ପରିବର୍ତ୍ତେ ଅଧିକାରୀ ତୁଳସୀ ଦୋରା ତଳିଆ କର୍ମଚାରୀ ପଦ୍ମନ ଥପା ର ମୁହଁ ଏବଂ ଆଖିରେ ମାଡ଼ ମାରିବା ଯୋଗୁଁ ଗୁରୁତର ହୋଇପଡିଛନ୍ତି କର୍ମଚାରୀ ।

ସଙ୍ଗେ ସଙ୍ଗେ ଅନ୍ୟ କର୍ମଚାରୀ ପଦ୍ମନ ଥପା କୁ ଉଦ୍ଧାର କରି ଟିଟିଲାଗଡ଼ ସହର ସ୍ଥିତ ପିପିଲ ପଦର ଠାରେ ଥିବା ଆଖି ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ହେଲେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ବଡ଼ ଆଖି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଏହାକୁ ନେଇ ଅନ୍ୟ କର୍ମଚାରୀ ମାନେ ମଧ୍ୟ ନିଜ ଅଧିକାରୀଙ୍କ ଏପରି ଦବଙ୍ଗଗିରୀ ଉପରେ ପ୍ରଶ୍ନ କରିବା ସହ ଅନେକ ସମୟରେ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.