ତାଳଚେରରେ ନିର୍ମାଣାଧୀନ ସାର କାରଖାନାର ସମୀକ୍ଷା କଲେ ଦୁଇ କେନ୍ଦ୍ରମନ୍ତ୍ରୀ…

add-all

ତାଳଚେର:  ତାଳଚେରରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତରେ ଆସି ଏଫସିଆଇ ସ୍ଥିତ ସିଆଇଏସ୍‌ଏଫ୍‌ ପଡିଆରେ ଓହ୍ଲାଇ ତାଳଚେର ସାର କାରଖାନା ପରିଦର୍ଶନ କରିଛନ୍ତି। ଟିଏଫଏଲର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୧୭ହଜାର କୋଟି ଟଙ୍କାରେ କୋଲ ଗ୍ୟାସିଫିକେସନ ଭିତ୍ତିକ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। କୋଇଲାକୁ ବ୍ୟବହାର କରି ୟୁରିଆ ସାର ପ୍ରସ୍ତୁତ କରାଯିବ।

ସାରା ଦେଶରେ ଏଭଳି ବୈଷୟିକ ଜ୍ଞାନକୌଶଳରେ ୫ଟି ପ୍ଲାଣ୍ଟ ନିର୍ମାଣ କରାଯାଇଛି। ସେଥିରୁ ୪ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ତାଳଚେର ସାର କାରଖାନାକୁ ୨୪ ଡିସେମ୍ବର ୨୦୨୪ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ କହିଛନ୍ତି। କୋଲ ଇଣ୍ଡିଆ, ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଏବଂ ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ ମିଳିତ ଉଦ୍ୟମରେ ସାର କାରଖାନା ପ୍ରତିଷ୍ଠା କରାଯାଉଛି। ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ।

ad-week
Leave A Reply

Your email address will not be published.