ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ…

add-all

ପ୍ରୟାଗରାଜ: ଆଜି ଭୋର୍‌ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁତ୍ର ନୀରଜ ତ୍ରିପାଠୀ କହିଛନ୍ତି।
ସାଧାରଣ ଦୁର୍ବଳତା ସହିତ ହାତ ଭାଙ୍ଗିଯିବା ଓ ଶ୍ବାସପ୍ରଶ୍ବାସ ସମସ୍ୟା କାରଣରୁ ଡିସେମ୍ବର ମାସରେ ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବ୍‌ କମ୍‌ ଖାଦ୍ୟ ଗ୍ରହଣ କରିବା ଓ ପରିସ୍ରା କମିଯିବା କାରଣରୁ ତାଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପ୍ରାୟ ସପ୍ତାହେ କାଳ ଚିକିତ୍ସାଧୀନ ରହିବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ଆଜି ପ୍ରତ୍ୟୁରେ ଘରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ତ୍ରପାଠୀ ଦୁଇଥର କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ଲକ୍ଷ୍ନୌସ୍ଥିତ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ ସେସ୍‌’ରେ ଦୀର୍ଘ ଦିନ ଚିକିତ୍ସାଧୀନ ରହି ସୁସ୍ଥ ହୋଇଥିଲେ।
୧୯୩୪, ନଭେମ୍ବର ୧୦ ତାରିଖରେ ଆହ୍ଲାବାଦରେ ଜନ୍ମିତ କେଶରୀନାଥ ଉତ୍ତର ପ୍ରଦେଶ ବିଧାନସଭାକୁ ୬ଥର ନିର୍ବାଚିତ ହେବା ସହିତ ୩ଥର ବାଚସ୍ପତି ହୋଇଥିଲେ। ଏହାଛଡ଼ା, ସେ ସ୍ବଳ୍ପ ସମୟ ପାଇଁ ବିହାର, ମେଘାଳୟ ଓ ମିଜୋରାମ୍‌ର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ଉତ୍ତର ପ୍ରଦେଶ ‘ବିଜେପି’ର ସଭାପତି ଥିଲେ।

ଜନତା ପାର୍ଟି କ୍ଷମତାରେ ଥିବା ବ‌େଳେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ‘ଇନ୍‌ଷ୍ଟୁଟ୍ୟୁସ୍‌ନାଲ୍‌ ଫାଇନାନ୍‌ସ୍‌ ଓ ସେଲ୍‌ସ୍‌ ଟ୍ୟାକ୍ସ୍‌’ର କ୍ୟାବିନେଟ୍‌ମନ୍ତ୍ରୀ ଥିଲେ।

ଆହ୍ଲାବାଦ ହାଇକୋର୍ଟରେ ଜଣେ ବରିଷ୍ଠ ଆଡ୍‌ଭୋକେଟ୍‌ ଭାବେ ଓକିଲାତି କରିଥିବା ତ୍ରିପାଠୀ କେତେଗୁଡ଼ିଏ କବିତା ଓ ଅନ୍ୟାନ୍ୟ ପୁସ୍ତକ ରଚନା କରିଛନ୍ତି। ତାଙ୍କର ସାହିତ୍ୟକୃତି ମଧ୍ୟରେ ଶ୍ରେଷ୍ଠ ହେଉଛି ‘ମନୋନୁକୃତ୍ବୀ’ ଓ ‘ଆୟୁ ପଙ୍ଖ୍‌’ ଶୀର୍ଷକ ଦୁଇଟି ସଙ୍କଳନ। ‘ସଞ୍ଚୟିତା: କେଶରୀନାଥ ତ୍ରିପାଠୀ’ ପୁସ୍ତକ ନିମନ୍ତେ ସେ ପୁରସ୍କୃତ ହୋଇଥିଲେ।

ad-week
Leave A Reply

Your email address will not be published.