ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ: ନବୀନ ନିବାସ ଆଡ଼କୁ ଯିବା ବାଟ‌ରେ ଚାଷୀଙ୍କୁ ଉଠାଇନେଲା ପୁଲିସ…

add-all

ଭୁବନେଶ୍ବର: ରାଜଧାନୀରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ।

ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ସମୟରେ ହାତରେ ପ୍ଲାକାର୍ଡ ଧରି ଚାଷୀମାନେ ନବୀନ ନିବାସ ଆଡ଼କୁ ଯାଉଥିଲେ। ଏହି ଆନ୍ଦୋଳନରେ ବହୁ ମହିଳା ବି ସାମିଲ ହୋଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇ ବାରମ୍ବାର ପ୍ରତିବାଦ କରାଯିବା ପରେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

ad-week
Leave A Reply

Your email address will not be published.