ରୋଗୀଙ୍କ ମୃତଦେହକୁ ସତ୍କାର କଲେ ଡାକ୍ତର…

youtube

ସମ୍ବଲପୁର: ସମାଜରେ ଦିନକୁ ଦିନ ହଜି ଯାଉଛି ମାନବିକତା। ଯାହାର ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଦେଖିବାକୁ ମିଳୁଛି। ହେଲେ ସମାଜରେ ଏମିତି ଲୋକବି ଅଛନ୍ତି ଯିଏ ନିସ୍ବାର୍ଥପର ଭାବେ ସେବା କରିଚାଲିଛନ୍ତି। ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି। ଯିଏ ମାନବ ସେବାକୁ ହିଁ ମାଧବ ସେବା ବୋଲି ନିଜ ଜୀବନର ମୂଳ ମନ୍ତ୍ର ଭାବେ ଧରି ନେଇଛନ୍ତି । ଟଙ୍କାକିଆ ଡାକ୍ତର ଭାବରେ ପରିଚିତ ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି ଏବେ ପୁଣି ଚର୍ଚ୍ଚାରେ। ପୁଣି ସେ ମହାନ୍ ହୃଦୟରେ ଏମିତି ଏକ କାର୍ଯ୍ଯ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ

ଘଟଣାଟି ବୁର୍ଲା ବଡ଼ ମେଡିକାଲର। ଦେବଗଡ଼ ଆଶ୍ରମରୁ ଆସିଥିବା ଜଣେ ମହିଳା ରୋଗୀ ଯାହାଙ୍କ ନା ହେଉଛି ବେଦି ସାହୁ। ପାଖାପାଖି ଏକ ବର୍ଷ ଧରି ସେ ଏହି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଶ୍ରମ କତୃପକ୍ଷ ମଧ୍ଯ ତାଙ୍କୁ ଏହି ମେଡିକାଲରେ ଛାଡି ଚାଲି ଯାଇଥିଲେ। ଯାହାଫଳରେ ପିଜି ଛାତ୍ର, ସେବିକା ଆଉ ଡାକ୍ତର ଏହି ରୋଗୀଙ୍କୁ ଚିକିତ୍ସା କରିବା ସହିତ ତାଙ୍କର ଦେଖାଶୁଣା କରୁ୍ଥିଲେ । ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥାରେ ତାଙ୍କର ଉନ୍ନତି ମଧ୍ୟ ହେଉଥିଲା । ହେଲେ ଗତକାଲି ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଆଉ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅସହାୟ ରୋଗୀଙ୍କର, ଶବ ନେବା ପାଇଁ କେହି ଆସି ଆସିନଥିଲେ। ଶେଷରେ କୌଣସି ଉପାୟ ନପାଇ ନିଜେ ଡାକ୍ତର ଶଙ୍କର ରାମଚନ୍ଦାନି ବୁର୍ଲା ସ୍ୱର୍ଗଦ୍ୱାର ରେ ଶବ ଦାହ କରିଥିଲେ l

ଜଣେ ମା’ର ମୃତ୍ୟୁ ହେଲେ ଯେପରି ଗୋଟିଏ ପୁଅ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରେ ଠିକ୍ ସେହିପରି ଭାବରେ ଡାକ୍ତର ରାମଚନ୍ଦାନୀ ଉକ୍ତ ମହିଳାଙ୍କ ଶେଷକୃତ ସମ୍ପନ୍ନ କରିଥିଲେ। ଏହାପରେ ଉକ୍ତ ମହିଳାଙ୍କ ଅସ୍ଥିକୁ ମଧ୍ୟ ବିସର୍ଜନ କରିଥିଲେ। ଏହି ଘଟଣା ପରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି। ସତରେ ମାନବିକତା ବଞ୍ଚିଛି ଏମାନଙ୍କ ଯୋଗୁଁ। ଆଜିର ଦିନରେ ଏଭଳି ଜଣେ ଅଜଣା ବ୍ୟକ୍ତିଙ୍କ ସେବା କରିବା ସହିତ, ମୃତ୍ୟୁ ପରେ ଶେଷକୃତ ସମ୍ପନ୍ନ କରିବା ନିଶ୍ଚିତ ରୂପରେ ଏକ ମହାନ୍ କାର୍ଯ୍ୟ।

Leave A Reply

Your email address will not be published.