
ନୂଆଦିଲ୍ଲୀ: ମହାମାରୀ କରୋନାର ସୁରକ୍ଷା ଯୋଗାଉଥିବା ଟିକା ସାଜିପାରେ ମୃତ୍ୟୁର କାରଣ। କରୋନା ଟିକା ନେଲେ ହୋଇପାରେ ହୃଦଘାତ। ବିଶେଷ କରି ମେସେଞ୍ଜର ଆରଏନଏ କୋଭିଡ ୧୯ ଟିକା ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି। ଏପରି କି ଏମଆରଏନଏ ଟିକା ନେବା ଦ୍ୱାରା ଅଚାନକ ହୃଦଘାତ ମଧ୍ୟ ହୋଇପାରେ। ଏପରି ସାଂଘାତିକ ଦାବି କରିଛନ୍ତି ଆମେରିକାରର ଲୋଇସିଆନାର ଜଣେ ଜରୁରିକାଳୀନ ଫିଜିସିଆନ ଓ କ୍ଲିନିକାଲ ବୈଜ୍ଞାନିକ ଯୋଶେଫ ଫରିମନ।
ବୈଜ୍ଞାନିକ ଫରିମନ ଦାବି କରିଛନ୍ତି ଯେ ଏମଆରଏନଏ କୋଭିଡ ୧୯ ଟିକା ଲୋକଙ୍କ ଶରୀରରେ ଅନେକ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରିପାରେ। ଜଣେ ବ୍ୟକ୍ତି ହୃଦଘାତରେ ପ୍ରାଣ ମଧ୍ୟ ହରାଇ ପାରନ୍ତି। ଫାଇଜର ଓ ମର୍ଡନ ପ୍ରସ୍ତୁତ କରିଥିବା ଏମଆରଏନଏ କରୋନା ଟିକା ଉପରେ ରିସର୍ଚ୍ଚ କରାଯାଇଥିଲା।
ଏହି ରିସର୍ଚ୍ଚର ମୁଖ୍ୟ ଫରିମନ ଗୋଟିଏ ଭିଡିଓରେ କହିଛନ୍ତି ଯେ ଏମଆରଏନଏ ଟିକାର କୁପ୍ରଭାବ ଶରୀର ଉପରେ ପଡ଼ିବାର ଆଶଙ୍କା ରହିଛି। ରିସର୍ଚ୍ଚର ପବ୍ଲିକେସନ ବେଳେ ଆମ ଟିମ୍ ଏମଆରଏନଏ କୋଭିଡ ଟିକାକୁ ମାର୍କେଟରୁ ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରିଥିଲା। କାରଣ ଏହି ଟିକାର ଅନେକ କୁପ୍ରଭାବ ଶରୀର ଉପରେ ପଡ଼ୁଛି।
ଏପରି କି ଟିକା ଯୋଗୁ ହୃଦଘାତର ଆଶଙ୍କା ମଧ୍ୟ ରହିଛି। କିଛି ଦିନ ପୂର୍ବରୁ ଏଫଡିଏ ମଧ୍ୟ ଏମଆରଏନଏ ଟିକା ଉପରେ ଗବେଷଣା କରିଥିଲା। ଏହା ଗୋଟିଏ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଏମଆରଏନଏ ଟିକା ଶରୀରରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି। ଆମ ଗବେଷଣାରୁ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏଫଡିଏ ଏହି ତଥ୍ୟକୁ ସାର୍ବଜନୀନ କରି ନଥିଲା ବୋଲି ସେ କହିଛନ୍ତି।
ଫରିମନ ଆହୁରି କହିଛନ୍ତି, “ଗବେଷଣାରୁ ଆମେ ଜାଣିବାକୁ ପାଇଛୁ ଯେ ଟିକା ନେବା ଦ୍ୱାରା ଜଣଙ୍କ ଶରୀରରେ ୮୦୦ ଗୁଣା ପାର୍ଶ୍ୱପ୍ରତିକ୍ରିୟା ପ୍ରକାଶ ପାଉଛି। ପବ୍ଲିକେସନ ବେଳେ ମୁଁ ଓ ମୋର ସହଯୋଗୀ ମାର୍କେଟକୁ ଏହାକୁ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଥିଲୁ। ଆମ ପାଖରେ ସେତେବେଳେ ସିଙ୍ଗଲ ଷ୍ଟଡି ଥିଲା। ହେଲେ ଏବେ ଅନେକ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଲାଣି। ତେଣୁ ମୁଁ ପୁଣିଥରେ ଟିକା ବିଷୟରେ ସମସ୍ତଙ୍କୁ କହିବାକୁ ଚାହୁଁଛି।”
ଫରିମନ କହିଛନ୍ତି, ତାଙ୍କ ଟିମ ଅନେକ ଶବବ୍ୟବଚ୍ଛେଦ ରିପୋର୍ଟ ରହିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ mRNA ଟିକା ଯୋଗୁ ଲୋକମାନେ ହଠାତ୍ ହୃଦ୍ଘାତରେ ଶିକାର ହେଉଛନ୍ତି ଓ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବର୍ତ୍ତମାନ ବିଶ୍ୱରେ ହୃଦ୍ଘାତ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଯେଉଁ ଦେଶରେ mRNA ଟିକା ଦ୍ୱାରା ଅଧିକ ଟିକାକରଣ କରାଯାଇଛି, ସେଠାରେ ମୃତ୍ୟୁହାର ଅଧିକ ରହୁଛି ବୋଲି ସେ କହିଛନ୍ତି।