ଶୋଇଥିବା ବେଳେ କାନ୍ଥକୁ ପେଲି ଦେଲା ହାତୀ, ଚାପି ହୋଇ ଜଣେ ମୃତ…

add-all

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରାଇକୁଦର ଗ୍ରାମରେ କାନ୍ଥକୁ ହାତୀ ପେଲି ଦେବାରୁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ମହାନ୍ତ।

ସୂଚନା ଅନୁଯାୟୀ, ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ ଖାଇବା ପାଇଁ ଆସି କାନ୍ଥ ଭାଙ୍ଗିଦେଇଥିଲା। କାନ୍ଥ ରବିଙ୍କ ଉପରେ ପଡ଼ିବାରୁ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.