ଦବୁଛି ଯୋଶୀମଠ, କିନ୍ତୁ ଜରୁରୀ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ…

add-all

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଦେବଭୂମି ଯୋଶୀମଠ ଧ୍ୱଂସ ହେବାକୁ ବସିଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ଉଠିଛନ୍ତି। ମାଟି ଧସିବା ସହ ଘର ଫାଟି ଆଁ କରିଛି। ଏଥିପାଇଁ ସହରର ଅନେକ ଅଞ୍ଚଳକୁ ବିପର୍ଯ୍ୟୟ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହିପରି ଏକାଧିକ ବିପଦସଙ୍କୁଳ ଘର ଓ ହୋଟେଲକୁ ମଧ୍ୟ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ଏସବୁ ଭିତରେ ଯୋଶୀମଠ ପ୍ରସଙ୍ଗରେ ହୋଇଥିବା ଆବେଦର ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ।

ଆବେଦନର ଶୁଣାଣି ଜାନୁଆରୀ ୧୬ରେ କରିବାକୁ ରାଜି ହୋଇ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସୀମା କହିଛନ୍ତି, “ଦେଶର ସବୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଆସିପାରିବ ନାହିଁ। ଦେଶରେ ଗଣତାନ୍ତ୍ରିକ ଉପାୟରେ ଗଠନ ହୋଇଥିବା ସଂସ୍ଥାଗୁଡ଼ିକ ଏହାକୁ ଦେଖିବାକୁ ଅଛନ୍ତି। ସବୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମ ପାଖକୁ ନ ଆସୁ। ଆମେ ଏହାର ଶୁଣାଣି ଜାନୁଆରୀ ୧୬ରେ କରିବୁ।”

ଆବେଦନକାରୀ ସ୍ୱାମୀ ସରସ୍ୱତୀଙ୍କ ପକ୍ଷରୁ ଆଇନଜୀବୀ ପରମେଶ୍ୱରନାଥ ମିଶ୍ର ନିଜର ଯୁକ୍ତି ରଖି ଜରୁରୀ ଶୁଣାଣି ପାଇଁ ଚାହୁଁଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ ରାଜି ହୋଇନାହାନ୍ତି।

ସରସ୍ୱତୀଙ୍କ କହିବା କଥା ଯେ ଉତ୍ତରାଖଣ୍ଡରେ ବିପୁଳ ସଂଖ୍ୟାରେ ଶିଳ୍ପାଞ୍ଚଳ ଗଠନ ହେବାରୁ ଯୋଶୀମଠ ଦବିବା ଆରମ୍ଭ ହୋଇଛି। ଏଥିପାଇଁ ସରକାର ତୁରନ୍ତ ଉତ୍ତରାଖଣ୍ଡର ଲୋକଙ୍କୁ ଆର୍ଥିକ ସହାୟତା ଓ ରହିବା ପାଇଁ ବ୍ୟବସ୍ଥା କରନ୍ତୁ। ଅନେକ ଲୋକ ନିଜ ଭିଟା ମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଉଚିତ ଜମି ଯୋଗାଇ ଦେବାକୁ ମଧ୍ୟ ସେ ନିଜ ଆବେଦନରେ କହିଛନ୍ତି।

ad-week
Leave A Reply

Your email address will not be published.