ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

add-all

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି  ।

ଜିଲ୍ଲାର ମୟୂରେଶର ପ୍ରଖଣ୍ଡର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଖାଦ୍ୟ ପ୍ରସ୍ତୁତ କରୁଥିବା ବିଦ୍ୟାଳୟର ଜଣେ କର୍ମଚାରୀ ମଧ୍ୟ ଦାବି କରିଛନ୍ତି ଯେ, ଡାଲି ଭର୍ତ୍ତି ଏକ ପାତ୍ରରୁ ସାପ ମିଳିଥିଲା।

ତାଙ୍କ କହିବା ଅନୁସାର, “ପିଲାମାନେ ପ୍ରଥମେ ବାନ୍ତି କରିଥିଲେ ।  ପରେ ସେମାନଙ୍କୁ ରାମପୁରହାଟ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ନେବାକୁ ପଡିଥିଲା। ବ୍ଲକ ଉନ୍ନୟନ ଅଧିକାରୀ ଦୀପାଂଜନ ଜାନା ଗଣମାଧ୍ୟମକୁ କହିଛନ୍ତି ଯେ, ଅନେକ ଗ୍ରାମବାସୀ ମଧ୍ୟ ସମାନ ଅଭିଯାଗ ଆଣିଛନ୍ତି ।  ଏ ସମ୍ପର୍କରେ ଆମେ ପ୍ରାଥମିକ ସ୍କୁଲର ଜିଲ୍ଲା ଇନ୍ସପେକ୍ଟରଙ୍କୁ କହି ସାରିଛୁ। ସେ ଆଜି ଆସି ସ୍ଥିତି ପରଖିଛନ୍ତି।

ତେବେ ଜଣେ ଶିଶୁକୁ ଛାଡି ଅନ୍ୟ ସମସ୍ତ ଶିଶୁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ମଧ୍ୟ ବିପଦମୁକ୍ତ ଅଛନ୍ତି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଭାବକମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଘେରିଯାଇ ତାଙ୍କ ଦୁଇ ଚକିଆ ଯାନକୁ କ୍ଷତିଗ୍ରସ୍ତ କରିଛନ୍ତି ।  ପୁଲିସ୍‌ ସେମାନଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା।

ad-week
Leave A Reply

Your email address will not be published.