ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଖାଇରେ ପଡ଼ି ୩ ଯବାନ ସହିଦ…

add-all

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଗଭୀର ଖାଇ ବା ଗଣ୍ଡରେ ପଡ଼ିଯାଇ ଜଣେ ସେନା ଅଧିକାରୀଙ୍କ ସମେତ ୩ଜଣ ଯବାନ ସହିଦ ହୋଇଯାଇଛନ୍ତି।
ସେନା ଜାରି କରିଥିବା ସୂଚନା ଅନୁସାରେ, ଜଣେ ‘ଜୁନିୟର୍‌ କମାଣ୍ଡାଣ୍ଟ୍‌ ଅଫିସର୍‌’ (ଜେସିଓ) ଏବଂ ୨ଜଣ ଯବାନ କୁପ୍‌ୱାରାର ମଚ୍ଛଲ୍‌ ସେକ୍ଟର୍‌ରେ ଦୈନନ୍ଦିନ ପାଟ୍ରୋଲିଙ୍ଗ୍‌ ଅଭିଯାନ କରୁଥିବା ବେଳେ ସେମାନଙ୍କ ଗାଡ଼ି ତୁଷାରାବୃତ ରାସ୍ତାରୁ ଖସିଯିବାରୁ ସେମାନେ ଖାଇ ଭିତରେ ପଡ଼ିଯାଇଥିଲେ। ସହିଦ ଯବାନମାନଙ୍କର ଶବ ଉଦ୍ଧାର କରାଯାଇଛି।
ଅଫିସିୟାଲ୍‌ ହ୍ୟାଣ୍ଡଲ୍‌ରୁ ଟୁଇଟ୍‌ କରି ସେନାର ଚିନାର କର୍ପସ୍‌ ଲେଖିଛି: ମଚ୍ଛଲ୍‌ ସେକ୍ଟର୍‌ସ୍ଥିତ ଚିନାର ୱାରିୟର୍‌ ଘଟଣା। ସୀମାନ୍ତ ଅଞ୍ଚଳରେ ନିୟମିତ ଅଭିଯାନ ସମୟରେ ଜଣେ ରାସ୍ତାରେ ଥିବାର ତୁଷାର ଯୋଗୁଁ ଜଣେ ‘ଜେସିଓ’ ଏବଂ ୨ଜଣ ଓଆର୍‌ ଥିବା ଟିମ୍‌ ଗଭୀର ଗଣ୍ଡ ବା ଖାଇରେ ପଡ଼ିଯାଇଥିଲେ। ବୀର ଯବାନମାନଙ୍କର ମରଶରୀର ଉଦ୍ଧାର କରାଯାଇଛି।

ଗତ ଦୁଇ ମାସରେ ଏହା ହେଉଛି ମାଚିଲ୍‌ ସେକ୍ଟର୍‌ରେ ଦ୍ବିତୀୟ ଦୁଃଖଦ ଘଟଣା। ଗତବର୍ଷ ନଭେମ୍ବର ମାସରେ ମାଚିଲ୍‌ରେ ପ୍ରବଳ ତୁଷାରସ୍ଖଳନ ଯୋଗୁଁ ସେନାର ୩ଜଣ ଯବାନ ସହିଦ ହୋଇଥିଲେ।

ad-week
Leave A Reply

Your email address will not be published.