ବିଶ୍ବ ଅର୍ଥନୀତିରେ ଭାରତ ହେଉଛି ଉତ୍ତମ ସ୍ଥାନ : ମଧ୍ୟପ୍ରଦେଶ ଶିଖର ସମ୍ମିଳନୀରେ ବିନିଯୋଗ ସପକ୍ଷରେ କହିଲେ ପ୍ରଧାନମନ୍ତ୍ରୀ…

add-all

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି‌ର ଅଣୁଅର୍ଥନୀତିର ମୂଳଦୁଆ ଖୁବ୍‌ ସୁଦୃଢ଼ ଏବଂ ‘ଜି-୨୦’ ରାଷ୍ଟ୍ର ମଧ୍ୟରୁ ଏହାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ବ‌ୋଲି ଆଜି ମଧ୍ୟପ୍ରଦେଶରେ ଆୟୋଜିତ ବୈଶ୍ବିକ ନିବେଶକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ କହିଛନ୍ତି।

ପୁଞ୍ଜି ବିନିଯୋଗ ନିମନ୍ତେ ଆକର୍ଷଣୀୟ କ୍ଷେତ୍ର ବୋଲି ଭାରତକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ବୈଶ୍ବିକ ଚାଲେଞ୍ଜ୍‌ ସତ୍ତ୍ବେ ପ୍ରମୁଖ ଆର୍ଥିକ ସଂସ୍କାର ଉପରେ ତାଙ୍କ ସରକାରଙ୍କ କାର୍ଯ୍ୟ ବିଶ୍ବରେ ଭାରତକୁ ଉତ୍ତମ ସ୍ଥାନରେ ପରିଗଣିତ କରିଛି।
କେବଳ ଭାରତୀୟ ନୁହନ୍ତି, ବିଶ୍ବର ସମସ୍ତ ପ୍ରତିଷ୍ଠାନ ଏବଂ ବିଶେଷଜ୍ଞମାନଙ୍କର ଏକଥା ହୃଦ୍‌ବ‌ୋଧ ହୋଇଛି। ବିଶ୍ବ ଅର୍ଥନୀତିରେ ଭାରତ ‘ବ୍ରାଇଟ୍‌ ସ୍ପଷ୍ଟ୍‌’ ଅନୁକୂଳ ସ୍ଥାନ ବୋଲି ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ କହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବୈଶ୍ବିକ ମାନ୍ଦାବସ୍ଥା ମୁକାବିଲା କରିବାରେ ଅନ୍ୟାନ୍ୟ ଅନେକ ରାଷ୍ଟ୍ର ଠାରୁ ଭାରତର ଉତ୍ତମ ସ୍ଥିତିରେ ଥିବା କଥା ବିଶ୍ବ ବ୍ୟାଙ୍କ୍‌ କହିଛି। ‘ଜି-୨୦’ ଅର୍ଥନୀତିରେ ଚଳିତ ବର୍ଷ ଭାରତ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ହେବ ବୋଲି ‘ଅର୍ଗାନାଇଜେସନ୍‌ ଫର୍‌ ଇକୋନୋମିକ୍‌ କ‌ୋଅପରେସନ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ କହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମ୍ୟାକ୍‌ କିନ୍‌ସିର ‘ସିଇଓ’ କହିଛନ୍ତି ଯେ, ଏହା ଭାରତର ଦଶନ୍ଧି ନୁହେଁ, ଭାରତର ଶତାବ୍ଦୀ। ଭାରତ ଉପରେ ବୈଶ୍ବିକ ଅର୍ଥନୀତିର ଅଭୂତପୂର୍ବ ଆତ୍ମବିଶ୍ବାସ ଥିବା କଥା ପ୍ରତିଷ୍ଠାନ ଓ ବିଶ୍ବସନୀୟ ବ୍ୟକ୍ତିମାନେ କହୁଛନ୍ତି। ଏହାର କାରଣ ହେଲା, ଭାରତୀୟ ଅର୍ଥନୀତି‌ର ଅଣୁଅର୍ଥନୀତିର ମୂଳଦୁଆ ଖୁବ୍‌ ସୁଦୃଢ଼।

ad-week
Leave A Reply

Your email address will not be published.