ରାସ୍ତାକାମ ପାଇଁ ପିପିଲି ବିଧାୟକଙ୍କୁ ଚିଠି ଲେଖିଥିଲେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଆଜି ଏକାଠି କଲେ ଭିତ୍ତି ପ୍ରସ୍ତର ସ୍ଥାପନ…

add-all

ପିପିଲି: ଦ୍ୱିତୀୟ ଶ୍ରେଣୀ ଛାତ୍ରର ଚିଠି ପରେ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପିପିଲି ବିଧାୟକ । ଆଜି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ସମ୍ପୃକ୍ତ ଛାତ୍ର ମିଶି ଡେଲାଙ୍ଗ ମାଇନର କେନାଲ ରାସ୍ତାର ମରାମତି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ସୂଚାନା ଯୋଗ୍ୟଯେ ପୁରୀ ଜିଲ୍ଲା ପିପିଲି ଗୁଡ଼ିଆ ପୋଖରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱିତୀୟ ଶ୍ରେଣୀର ଛାତ୍ର ରଶ୍ମିରଂଜନ ରାଉତ ପିପିଲି ଶିଉଳା ଗାଁଠାରୁ ସଙ୍ଗଳେଇ ଶାସନ ଦେଇ ଦିନ ଉଦାରଣ ପର୍ଯ୍ୟନ୍ତ ପିପିଲି ଜଳ ସମ୍ପଦ ବିଭାଗ ଡ଼େଲାଙ୍ଗ ମାଇନର କେନାଲ ରାସ୍ତାର ମରାମତି ପାଇଁ ପିପିଲି ବିଧାୟକଙ୍କୁ ଚିଠି ଲେଖିବା ପରେ ଆଜି କାମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକୁ ଯଥା ଶୀଘ୍ର ଶେଷ କରିବା ପାଇଁ ବିଧାୟକ କହିଛନ୍ତି ।

ad-week
Leave A Reply

Your email address will not be published.