ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା…

add-all

ହିଞ୍ଜିଳିକାଟୁ ୧୧।୧ : ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୭୪ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥଲେ । ଦୌଡ,ମ୍ୟୁଜିକ୍ ଚେୟାର,ହ୍ବିଲ୍ ଚେୟାର ଦୌଡ, ଆଳୁ ଜାମଚ ଖେଳ, ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଗୁଡିକରେ ଏହି ଦିବ୍ୟାଙ୍ଗ ଛାତ୍ର ଛାତ୍ରି ମାନେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ଦେଖାଇ ପୁରସ୍କୃତ ହୋଇଥଲେ । ଗଞ୍ଜାମ ଜିଲ୍ଲାର ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀ ଏସ ଗିରିଧର ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ବ ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଯୋଗଦେଇ କୃତୀ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥଲେ । ଦିବ୍ୟାଙ୍ଗ ପିଲାମାନେ କୌଣସି ଗୁଣରେ ଅନ୍ୟ ପିଲାମାନଙ୍କ ଠାରୁ କମ୍ ନୁହନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଳକ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନମିତା ସାମନ୍ତରାୟ ଓ ଟୂନା ମିଶ୍ର ,ଶିକ୍ଷକ ପ୍ରଶନ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ହିଞ୍ଜିଳିକାଟୁ ଏବିଈଓ ସୁସିଲ କୁମାର ପାତ୍ର ଙ୍କ ସହ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କର୍ମଚାରୀ ଙ୍କ ସହ ବହୂ ଅଭିଭାବକ ଗଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.