ହକି ବିଶ୍ୱକପ ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାକ ଗ୍ରାମସଭା ଅନୁଷ୍ଠିତ

add-all

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମପଞ୍ଚାୟତ ରେ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରାକ ଗ୍ରାମସଭା ଓ ପଞ୍ଚାୟତ ଉନ୍ନତି କରଣ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ମୁଖ୍ୟତଃ ପାନୀୟ ଜଳ ଓ ସ୍ଵଛ ଭାରତ ଉପରେ ଆଲୋଚନା ହୋଇଥିବା ବେଳେ ଉକ୍ତ ଗ୍ରାମ ସଭାରେ କୁସଙ୍ଗ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ବେହେରା, ସମିତି ସଭ୍ୟ କାଁହୁ ଚରଣ ନାଥ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦୀଶ ମଲ୍ଲିକ,କନିଷ୍ଟ ଯନ୍ତ୍ରୀ ବାବୁଲା ବେହେରା,ଏମ ବିକେ ରଶ୍ମି ରେଖା ସାହୁଙ୍କ ସମେତ ପଞ୍ଚାୟତ ର ଜନସାଧାରଣ ଉପସ୍ଥିତ ଥିଲେ l, ସେହିପରି ବିରନରସିଂହପୁର ପଞ୍ଚାୟତ ବିରନସିଂହ ପୁର ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ୱହକି କପ ପାଇଁ ଜନସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିରନରସିଂହ ପୁର ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ ଅନନ୍ତ କୁମାର ବେହେରା, ଏବଂ GRS ଅଶୋକ କୁମାର ସାହୁ ଉଦଘାଟନ କରିଥିଲେ l ହକି କୁ ସ୍ବାଗତଂ କରିବାପାଇଁ ପଞ୍ଚାୟତ ପରିସରରେ ଏକ (LCD TV) ଟେଲିଭିଜ ମଧ୍ୟରେ ଏକ ହକି ର ଚଳଚିତ୍ର ପରିବେଷଣ କରିଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା, ଉପ ସରପଞ୍ଚ ଡଲି ବାଘ, ୱାର୍ଡମେମ୍ବର ମଞ୍ଜୁ ସେଠି, ସୁଧାଂଶୁ କୁମାର ଜେନା, ଅମୃତ୍ତି ମହାନନ୍ଦ, ନିଶା ମଲ୍ଲିକ, ବାସନ୍ତୀ ବେହେରା, ଗୋପାଳ ବାଘ, ସତ୍ୟନାରାୟଣ କର୍ଣ ସମେତ ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.