ଝିଅକୁ ବାପା ମାରିବା ଘଟଣା: ଗାଁର ୩ ଜଣ ଅଟକ

add-all

ଗୋପ : ଝିଅକୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାରେ ୩ ଅଟକ। ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୩ ଜଣ ଝିଅକୁ ହତ୍ୟା କରିବାରେ ସହଯୋଗ କରିଥିଲେ। ଜନ୍ମକଲା ବାପା, ସାବତ ମା ଓ ସାବତ ମାମୁଙ୍କ ସହ ମିଶି ନିଜ ଝିଅକୁ ପୋଡି ହତ୍ୟା କରିଥିଲେ। ବର୍ବର ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମଶାଣିକୁ ଧୋଇଦେଇଥିଲେ।

ମୃତକ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ସାନଝିଅ ମୋନାଲି ମହାରଣା। ସାନଭଉଣୀକୁ ହତ୍ୟା ନେଇ ବଡ଼ଭଉଣୀ ରଶ୍ମିତା ମହାରଣା ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁର୍ଗାଚରଣଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ସାବତ ମା ଓ ମାମୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଗୋପ ପୋଲିସ୍‌ ମଶାଣିକୁ ଯାଇ କିଛି ପାଉଁଶ ସହ ଅସ୍ଥି ଜବତ କରିଛି। ଏହାସହ ଏକ ସାଇଣ୍ଟିଫିକ୍‌ ଟିମକୁ ଡକାଇ ତଦନ୍ତ କରୁଛି।

ad-week
Leave A Reply

Your email address will not be published.