
ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ଦର୍ଶକ, ବିଧାୟକ ତଥା ପ୍ରଶାସନିକ ଅଧିକାରୀ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ଇତି ଅବସରରେ ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଆଜି ଉତ୍ସବ ମୁଖରିତ ସାରା ଚିତ୍ରକୋଣ୍ଡା ସହର ତଥା ବ୍ଲକ ଅଞ୍ଚଳ l ବିଶାଳ କଳସ ଯାତ୍ରାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ଜିଲ୍ଲା ପରିଷଦ ସଭ୍ୟା ଵିନତୀ ଖିଲ ଆଗେଇ ନେଇଥିବା ସାଙ୍ଗକୁ ଘୋଡ଼ା ଯାତ୍ରାର ନିଆରା ଉଚ୍ଛାହ ଆଣିଦେଇଛି ଏକ ଆନନ୍ଦ ଭାବବେଗ l ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ବିଧାୟକ,ବିଡ଼ିଓ, ତହସିଲଦାର ପ୍ରଶାସନିକ ଅଧିକାରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ଓ ଦର୍ଶକ l ଆଜି ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ରୀତିନୀତି ଅନୁଯାୟୀ ଚିତ୍ରକୋଣ୍ଡା ନଦୀକୂଳତଟ ଦୁର୍ଗା ମନ୍ଦିର ପୀଠ ସିଲେରୁ ନଦୀ କୂଳରୁ ପାରମ୍ପରିକ ପୂଜାଵିଧି ସହିତ କଳସ ଉଠାଇ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଓ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା, ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଏସ.ଡି.ଓ. ଉମା ଶଙ୍କର ସାହୁ,ସି.ଡି.ପି.ଓ. ଏ ଅନ୍ନପୂର୍ଣ୍ଣାଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିର ବିଶାଳ ଶୋଭା ଯାତ୍ରାରେ ଚିତ୍ରକୋଣ୍ଡା ସାରା ସହର ତଥା କଲୋନୀ ପରିକ୍ରମା କରିଥିଲେ l ଆଜି ସନ୍ଧ୍ୟା ଠାରୁ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ପଡ଼ିଆରେ ଧୁମ ଧାମ ସହ ବହୁ ଆଡ଼ମ୍ବରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଝଲସିବ ମାଲ୍ୟବନ୍ତ ମହୋତ୍ସବ l ଉକ୍ତ କାର୍ଯ୍ୟକ୍ରମ କୁ ପି.ଇ.ଓ. ହେମନ୍ତ କୁମାର ଭୂୟାଁ, କନିଷ୍ଠ ଯନ୍ତ୍ରୀ ନୟନ ସରକାର, ସହାୟକ ଯନ୍ତ୍ରୀ ସୂର୍ଯ୍ୟମଣି ବେହେରା, ସି.ପି. ସୁଧାମୟ ମଣ୍ଡଳ,ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର,ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର ଭୂୟାଁ,ଏପିଓ ଉଛବ ଗିରି, ବିଏସଏସଓ ଅମର ମାଡ଼କାମି ଓ ଆସିଡିଏସ ସୁପରଭାଇଜର ଙ୍କ ସମେତ ସମସ୍ତ ପଞ୍ଚାୟତ ର ସରପଞ୍ଚ,ସମତି ସଭ୍ୟ,ପିଇଓ,ଯନ୍ତ୍ରୀ,ଜିଆରଏସ ଓ ସେଲସମ୍ୟାନ, ଶିକ୍ଷକ, ସାମାଜିକ କର୍ମି ପରିଚାଳନା କରିଥିବା ବେଳେ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲେକା ଏବଂ ଓଆଇସି ଅନିଲ କୁମାର ପରିଡ଼ା ସମସ୍ତ ପୁଲିସ ସୁରକ୍ଷା ଓ ସହାୟତା ଯୋଗାଇ ଥିଲେ l