ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ…

add-all

ଭୁବନେଶ୍ବର: ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଛି। ଏସଏଫଏସଏଲ ଅର୍ଚ୍ଚନାଙ୍କ ୨ଟି ଓ ଜଗବନ୍ଧୁଙ୍କ ଗୋଟିଏ ଫୋନର ତଥ୍ୟକୁ ଦେଇପାରିନଥିବା ଇଡି କୋର୍ଟଙ୍କୁ ଆବେଦନରେ ଦର୍ଶାଇଛନ୍ତି।

୩ଟି ଫୋନର ପାସ୍‌ୱାର୍ଡ ମିଳିପାରିନଥିବାରୁ ଏସଏଫଏସଏଲ ଏହାର ତଥ୍ୟକୁ ସଂଗ୍ରହ କରିପାରିନଥିଲେ। ଏହି ୩ଟି ଫୋନରେ ରହିଛି ହନିଟ୍ରାପ, ସେକ୍ସଟର୍ସନ ଓ ବ୍ଲାକମେଲର ଗୁମର। ସିଏଫଏସଏଲ ଏହି ୩ଟି ମୋବାଇଲକୁ ଯାଞ୍ଚ କଲେ ଅନେକ କଳାଗୁମର ପଦାକୁ ଆସିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ୩ଟି ମୋବାଇଲରୁ ଅର୍ଚ୍ଚନା ଅପରେଟ କରୁଥିଲେ ତାଙ୍କ ବ୍ଲାକମେଲ ସିଣ୍ଡିକେଟ। ଫୋନରୁ ଚାଟ୍‌, ଫଟୋ, ଭିଡିଓ, ଡିଜିଟାଲ ନେଣଦେଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଛି। ନାଗ- ଚାନ୍ଦ ଦମ୍ପତିଙ୍କ ଏହି ୩ଟି ମୋବାଇଲରୁ ଖୋଲିବ ହନି ଟ୍ରାପର ଗୁଢ ରହସ୍ୟ। ସେପଟେ ହନିଟ୍ରାପ ମାମଲାରେ ଆଜି ୩ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ଵରଙ୍କୁ ଭିଡିଓ କନଫରେନ୍‌ସିଂରେ ହାଜର କରାଯାଇଥିଲା। ୨୪ ଜାନୁଆରୀ ଯାଏ ସେମାନଙ୍କ ବିଚାର ବିଭାଗୀୟ ଅବଧି ବୃଦ୍ଧି ହୋଇଛି। ସେଦିନ ପୁଣି ୩ଜଣଙ୍କୁ କୋର୍ଟରେ ହାଜର କରାଯିବ।

ad-week
Leave A Reply

Your email address will not be published.