ଉତ୍ତରା ପବନ ଦୁର୍ବଳ, ୩ ଦିନରେ କମିବ ୩ ଡିଗ୍ରି…

add-all

ଭୁବ‌ନେଶ୍ବର: ଧୀରେ ଧୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରେ ଲାଗିଛି। ତଥାପି ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ପାରଦ ପ୍ରାୟ ଅଢ଼େଇ ଡିଗ୍ରି ଯାଏ ବଢ଼ିଥିବା ବେଳେ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରି ରେକର୍ଡ ହୋଇଛି। ଦୁର୍ବଳ ଉତ୍ତରା ବାୟୁ ତଥା ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହେତୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ବଢ଼ିବା ସହ ରାତି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ଡିଗ୍ରି ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତ କମିବ। ଆସନ୍ତାକାଲି ରାଜ୍ୟର କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ପୁରୀ, ‌ଖୋର୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳ ଆଜି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ।

ad-week
Leave A Reply

Your email address will not be published.