୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବରିଷ୍ଠ କିରାଣି…

add-all

ଭୁବନେଶ୍ୱର: କଳାହାଣ୍ଡି ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ବଳ ଗୁରୁବାର ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

କିଛି ପୁରୁଣା ବିଲ୍ ପାସ୍‌ କରାଇ ଦେବା ପାଇଁ ଶ୍ୟାମସୁନ୍ଦର ବଳ ଜଣେ ମୃତ୍ତିକା ସଂରକ୍ଷଣ କାର୍ଯ୍ୟନିର୍ବାହୀ କର୍ମୀଙ୍କ ଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ୟାମସୁନ୍ଦର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି।

ad-week
Leave A Reply

Your email address will not be published.