ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ନବଜାତର ଜୀବନ, ବ୍ୟାଗରେ ମୃତଦେହ ଧରି ବୁଲିଲା ବାପା…

add-all

ସୋର: ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ଘେରିବା ପରେ ସୋର ପୁଲିସ ପହଞ୍ଚି ଡାକ୍ତରଙ୍କୁ ଉତ୍ତ୍ଯକ୍ତ ଲୋକଙ୍କ କବଳରୁ ମୁକୁଳାଇଥିଲା।

ସୋର ତଳନଗରର ମାନସ ରାଉତଙ୍କ ସ୍ତ୍ରୀ ଅଞ୍ଜନା ଗତ ଦୁଇଦିନ ତଳେ ସୋର ଡାକ୍ତରଖାନାରେ କାର୍ଯ୍ଯରତ ଡା ସାଗର ମହାପାତ୍ରଙ୍କ ଠାରେ ଚିକିତ୍ସା ହୋଇଥିଲେ। ଗତକାଲି ରାତିରେ ଅଞ୍ଜନା ଏକ ମୃତ ଶିଶୁପୁତ୍ର ଜନ୍ମ ଦେବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାନସ ଓ ତାର ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ ଡ଼ା ମହାପାତ୍ରଙ୍କ ଅବହେଳାରୁ ମୃତ ଶିଶୁପୁତ୍ର ଜନ୍ମଲାଭ କରିଥିଲା ।

ପ୍ରସୂତିଙ୍କ ସ୍ୱାମୀ ଅଭିଯୋଗ କରିଥିଲେ ପ୍ରସୂତି ଗୃହରେ ମୃତ ଶିଶୁପୁତ୍ର ଜନ୍ମପରେ ପ୍ରବଳ ଦୁଗନ୍ଧ ହୋଇଥିଲା l ଯାହାଫଳରେ ଶିଶୁଟି ପୂର୍ବରୁ ମରିଥୁବା ଡାକ୍ତର ପ୍ରକାଶ ନ କରି ମା’ ଓ ଶିଶୁ ସୁସ୍ଥ ଥିବା ପ୍ରକାଶ କରିଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ମୃତ ଶିଶୁପୁତ୍ର ଜନ୍ମ ହେବା ସହିତ ମା’ ଗୁରୁତର ହୋଇ ପଡ଼ିଥିବାର ଅଭିଯୋଗ କରିଥିଲେ ପୀଡିତାଙ୍କ ସ୍ୱାମୀ, ତାଙ୍କ ପରିବାର ଓ ସମ୍ପର୍କୀୟ। ପରେ ଡାକ୍ତରଖାନାର ଭାରାପ୍ରାପ୍ତ ଅଧିକାରୀ ଡା ସତ୍ୟ ନାରାୟଣ ନାୟକ, ଡା. ସୁମନ୍ତ ଧଡା, ଡା ସାଗର ମହାପାତ୍ର, ସୋର ଥାନାର ପୁଲିସ ଇତିଶ୍ରୀ ଦାସ ଓ ତଳନଗରରର ପୂର୍ବତନ ସରପଞ୍ଚ ଅମୀୟ ପଟ୍ଟନାୟକ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ପରିବାରକୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ad-week
Leave A Reply

Your email address will not be published.