ତ୍ରିରଙ୍ଗାକୁ ଅସମ୍ମାନ କରି ପିଇଓ ଗିରଫ…

add-all

କୋଣାର୍କ : ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ।

ସେ ଜାତୀୟ ପତାକାରେ ଅଫିସ୍‌ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା ଅଳନ୍ଧୁକୁ ସେ ଜାତୀୟ ପତାକାରେ ଝାଡ଼ି ଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ସେ ଦେଶବାସୀଙ୍କୁ ଭୁଲ୍ ମାଗିଥିଲେ। ଅନ୍ୟମନସ୍କରେ ସେ ଏମିତି କରି ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ। ଜୀବନରେ ଆଉ କେବେ ଏମିତି ଭୁଲ୍ କରିବେ ନାହିଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ବିରୋଧରେ ସିମିଳି ପଞ୍ଚାୟତ ସମିତି ସଭ୍ୟ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.