ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ…

add-all

ପୁରୀ :ଶନିବାର ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ। ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷଣ କରାଯିବ। ଏହା ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହେବ। ଏବେ ପ୍ରତିଦିନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି।

ନବାଙ୍କ ବେଶରେ ପ୍ରଚୁର ପରିମାଣର ଗେଣ୍ଡୁ ଫୁଲ ଓ ତୁଳସୀ ବିମଣ୍ଡିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ମାଳିମାନେ ବାଘମୁହାଁ ବାନ୍ଧି ପଟୁଆରରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ। ଏହାସହ ଆଜି ଶ୍ରୀମନ୍ଦିରରେ ନବାଙ୍କ ବେଢା ଅନୁଷ୍ଠିତ ହେବ। ଗତ ସଂକ୍ରାନ୍ତି ଠାରୁ ମହାପ୍ରଭୁଙ୍କ ଧର୍ମପତ୍ନୀ ମହାଲକ୍ଷ୍ମୀ ନିଜ ବାପଘରକୁ ଯାଇଥିବା ବେଳେ ଆସନ୍ତାକାଲି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବାର ପରମ୍ପରା ରହିଛି।

ad-week
Leave A Reply

Your email address will not be published.