ଫେବ୍ରୁଆରିରେ ଓଡ଼ିଶା ଆସିବେ ମିଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି…

add-all

କଟକ: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବେ। ଶ୍ରୀ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି ଆସନ୍ତା ଫେବ୍ରୁଆରିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ହାଥ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଦ୍ଵିତୀୟ ପର୍ଯାୟରେ ଚାଲିଥିବା ଓଡ଼ିଶା କଂଗ୍ରେସର ’ଭାରତ ଯୋଡ଼ୋ ଯାତ୍ରା ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ଠାରୁ ବୁଥ ସ୍ତରରେ ସଂଗଠନକୁ ମଜଭୂତ କରିବାକୁ ହାଥ ସେ ହାଥ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ କରିବ କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଆଣି ନିର୍ବାଚନ ପୂର୍ବରୁ ପାୱାର ସୋ’ କରିବାକୁ ଯୋଜନା କରିଛି।

ad-week
Leave A Reply

Your email address will not be published.