ଧାନମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କଲେ ନକ୍ସଲ…

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ କର୍ମଚାରୀ ଏବଂ ସେଲସ୍‌ମ୍ୟାନ୍‌ ଉପସ୍ଥିତ ଥିଲେ। ହଠାତ୍ ତିନି ଜଣ ସଶସ୍ତ୍ର ନକ୍ସଲ ମଣ୍ଡି ଭିତରେ ପଶିଥିଲେ। ସେଲସ୍‌ମ୍ୟାନ୍‌ଙ୍କୁ ଧରି ଟାଙ୍ଗିଆ ଏବଂ କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ପରେ ମଣ୍ଡିରେ ଥିବା ଚାଷୀ ଏବଂ ଅନ୍ୟ କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। ମୃତ ସେଲସ୍‌ମ୍ୟାନ୍‌ ଜଣକ ପଲମପାଲ୍ଲୀ ଗ୍ରାମର ରାମମୂର୍ତ୍ତି ଗଟପାଲ୍ଲୀ ବୋଲି ଜଣାପଡିଛି। ଗତ ୧୦ ବର୍ଷ ଧରି ଉସୁର ଗ୍ରାମରେ ରହି ଧାନ ମଣ୍ଡିରେ କାମ କରୁଥିଲେ। ଚାଷୀଙ୍କ ମହଲରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନକ୍ସଲ ହତ୍ୟା ପରେ ଲାଲ ସଲାମ ସ୍ଲୋଗାନ ଦେଇ ସେଠାରୁ ଖସି ପଳାଇଥିଲେ।

ad-week
Leave A Reply

Your email address will not be published.