ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ କ୍ଲିନଚିଟ୍‌ ପରେ ବି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ…

add-all

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାକୁ ୩ ବର୍ଷ ପୂରି ସାରିଥିଲେ ବି ଏହି ମାମଲା ଶେଷ ହେବା ନାଁ ଧରନି। ଏହି ଘଟଣାରେ ତତ୍‌କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରି ଆସୁଥିବା ବେଳେ କ୍ରାଇମବ୍ରାଞ୍ଚ କିନ୍ତୁ ତାଙ୍କୁ କ୍ଲିନଚିଟ୍‌ ଦେଇ ସାରିଛି।

ଏହା ପରେ ବି ଆସନ୍ତା ୨୪ ତାରିଖରେ ତାଙ୍କ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ତାଙ୍କ ୩ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ କୁହାଯାଇଛି।  ଗତ ଡିସେମ୍ବର ୧୯ ତାରିଖରେ କ୍ରାଇମବ୍ରାଞ୍ଚରୁ କ୍ଲିନଚିଟ୍‌ ପାଇବା ପରେ ପୁଣି ମାମଲା ଆରମ୍ଭ କରିଛନ୍ତି କୋର୍ଟ ।

ପୂର୍ବରୁ ଜାନୁଆରୀ ୩ରେ ଏସଡିଜେଏମ୍ କୋର୍ଟ ମୃତ ଦେବ ନାରାୟଣଙ୍କ ପତ୍ନୀ ବନଜା ଓ ସାକ୍ଷୀମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ  । ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଏଥିରେ ଜିଲ୍ଲାପାଳ ମନୀଷଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୁରା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା ।

ତଦନ୍ତ ପରେ ଦେବନାରାୟଣ ଆତ୍ମହତ୍ୟା କରିଥିଲେ, ଏଥିରେ ଜିଲ୍ଲାପାଳ ମନୀଷଙ୍କ କୌଣସି ସଂପୃକ୍ତି ନଥିବା ରିପୋର୍ଟରେ ଦର୍ଶାଇ ତାଙ୍କୁ କ୍ଲିନଚିଟ୍‌ ଦେଇଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏହି ରିପୋର୍ଟରେ କୋର୍ଟ ସନ୍ତୁଷ୍ଟ ନ ହୋଇ ପୁଣି ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୯ ଡିସେମ୍ବର ୨୮ରେ ମାଲକାନଗିରି ସତିଗୁଡ଼ା ଡ୍ୟାମରୁ ମିଳିଥିଲା PA ଦେବନାରାୟଣ ପଣ୍ଡାଙ୍କ ମୃତଦେହ । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇ ଆସୁଛି । ଏବେ IAS ମନୀଷ ଅଗ୍ରୱାଲ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ad-week
Leave A Reply

Your email address will not be published.